ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସମ୍ବିଧାନ ଦିବସ ଅବସରରେ ସମ୍ବିଧାନ ପ୍ରତି ଆହ୍ଵାନ ଓ ମହତ୍ତ୍ଵ ବିଷୟକୁ ନେଇ ଏକ ପାଠଚକ୍ର ଅଧ୍ୟକ୍ଷ ପ୍ର. ଡ ବିଜୟାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ପ୍ର. ଶ୍ରିବନ୍ତ ଦାସ, ଗଙ୍ଗାଧର ମେହେର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ପ୍ରଶାନ୍ତ ପାଢ଼ୀ, ଶିଶୁ କଲ୍ୟାଣ ସମିତି ର ସଭାପତି ଏବଂ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଅବସର ପ୍ରାପ୍ତ ପ୍ର. ଶ୍ରୀକାନ୍ତ ମିଶ୍ର ଯୋଗ ଦେଇ ଥିଲେ । ଭାରତୀୟ ସମ୍ବିଧାନକୁ ଏକ ପବିତ୍ର ଗ୍ରନ୍ଥ ଭାବେ ବକ୍ତା ମାନେ ଅଭିହିତ କରିଥିଲେ । ଏହାର ୭୫ ବର୍ଷ ର ଦିବସ ଟି ହି ଏହାର ପ୍ରୟୋଗ ଓ ପ୍ରଗତିକୁ ସୂଚାଇ ଦଉଛି । ଭାରତୀୟ ସମ୍ବିଧାନର କେତେକାଂଶ ସଂଶୋଧନ ହୋଇଛି । ସମ୍ବିଧାନକୁ ଏକ କାଳଜୟୀ ବୋଲି ବକ୍ତା ମାନେ ବକ୍ତବ୍ୟ ରଖିଥିଲେ । ଆଇନ୍ ର ଶାସନ ପ୍ରତିଷ୍ଠା ଦିଗ ରେ ସମ୍ବିଧାନ ନିଶ୍ଚିତ ରୂପେ ମୁଖ୍ୟ ଭୂମିକା ନିର୍ବାହ କରିଛି । ବିଶ୍ଵର ପ୍ରତ୍ୟେକ ଦେଶର ସମ୍ବିଧାନ ଠାରୁ ଭାରତୀୟ ସମ୍ବିଧାନ ଏକ ବଳିଷ୍ଠ ଯୁକ୍ତି ରେ ଉତ୍ତୀର୍ଣ୍ଣ ହୋଇପାରିଛି । ଏଥିରେ କଲେଜର ଅଧ୍ୟାପିକା ଐଶର୍ୟା ଲକ୍ଷ୍ମୀ ପ୍ରଧାନ, ଛାତ୍ରଛାତ୍ରୀ ମଧ୍ୟରୁ ଆକାଂକ୍ଷା ସାମନ୍ତ, ମଧୁମିତା ସାହା, ଦେବୀ ପ୍ରସାଦ ମିଶ୍ର, ଚାନ୍ଦନୀ ମିଶ୍ର, ପଦ୍ମାଳୟ କର, ପ୍ରଦୀପ ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କଲେଜର ପ୍ରାଧ୍ୟାପକ ଲକ୍ଷ୍ମୀକାନ୍ତ ଦାସ ଅତିଥି ପରିଚୟ ଏବଂ ଅଙ୍କିତ ସୌରଭ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ବିଧାନ ଦିବସ ଅବସରରେ ଓଡ଼ିଆ ପ୍ରବନ୍ଧ ଓ ବକ୍ତୃତା, ଇଂରାଜୀ ପ୍ରବନ୍ଧ ଓ ବକ୍ତୃତା, ସମ୍ବିଧାନ ବିଷୟକୁ ନେଇ କୁଇଜ ଅନୁଷ୍ଠିତ ହୋଇଛି । ଏଥିରେ ଅମର ଶର୍ମା, ଲାଲ ଗୋପାଳ ନନ୍ଦ, ଶୁଭଶ୍ରୀ ମୁନା ପ୍ରମୁଖ ସଂଯୋଜନା କରିଥିଲେ ।