ଦକ୍ଷ ସାହୁ
ତୁମେ ଶୁଣିଛ
ଦ୍ରୌପଦୀର ବସ୍ତ୍ରହରଣ,
ସୀତା ଉପରେ ହୋଇଥିବା ସନ୍ଦେହ,
ତୁମେ ଦେଖିଛ
ଝିଅ ଘର ଭିତରେ ଥରୁଥିବା,
ସଧବା ଚୁଲି ପାଖରେ କାନ୍ଦୁଥିବା ।
ତୁମେ ଭାବ
ନାରୀ ଦୁର୍ବଳା, ଶକ୍ତିହୀନା ଜୀବଟିଏ ।
ଆସ, ଏବେ ପୁଣି ଶୁଣିବା
କେମିତି କୁରୁପତି ସଭାସ୍ଥଳ
ଦ୍ରୌପଦୀ କ୍ରୋଧରେ ଜଳିଯାଇଥିଲା
ସୀତାର ବିରହରେ ରାମରାଇଜ
କେମିତି ହାହାକାର କରୁଥିଲା
କେମିତି ଶେଷହେଲା ସତ୍ୟଯୁଗ ।
ଏବେ ଟିକେ ନିରେଖି ଦେଖ
ପୁରୁଷ-ପ୍ରଭୁତ୍ୱ ଅଂଗାରରେ
କେମିତି ଡହଡହ ହୋଇ ଜଳୁଛି ନାରୀ ।
ସାବଧାନ୍, ଏବେ ଜଳିପୋଡ଼ି ଧ୍ୱଂସ ହେବ ଦୁନିଆ ।