ସଇଁତଲା ୧୮/୭ : ଦୁଗ୍ଧ ଚାଷୀ ମାନେ କିପରି ଅଧିକ ଆୟ କରିପାରିବେ ସେହିଲକ୍ଷ ନେଇ ଟିଟିଲାଗଡ଼ ବ୍ଲକ ଦିଗସିରା ପଞ୍ଚାୟତର ନିମୁର୍ଲା ଠାରେ ବାଏଫ୍ ପକ୍ଷରୁ ଦୁଗ୍ଧ ଚାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡ଼ାକ୍ତର ହରିସ ମାଥୁର ଓ କୁଶକେଲାର ଗୋ ବିକାଶ କେନ୍ଦ୍ର ଅଧିକାରୀ ଶ୍ରୀରାମ ଡାଙ୍ଗ, ଜିଲ୍ଲା ଅଧିକାରୀ ବିବେକ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । କୁତ୍ରିମ ପ୍ରଜନନ ଜରିଆରେ ଉନ୍ନତି ମାନର ଗୋପାଳନ କରି ଚାଷୀ ଅଧିକ ଲାଭାନ୍ବିତ ହେବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ । ଏହା ସହ ଗାଈଙ୍କ ରୋଗ, ବାଛୁରୀ ଯତ୍ନ, ଗୁହାଳ ସଫେଇ, ଘାସ ଚାଷ ଆଦିକୁ ନେଇ ପ୍ରଶିକ୍ଷଣ ପ୍ରଦାନ କରା ଯାଇଥିଲା ।
ସଇଁତଲା ବ୍ଲକ ପ୍ରତିନିଧି ଗୋକୁଳାନନେଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta