ଢେପଗୁଡ଼ା ସଂରକ୍ଷିତ ଜଙ୍ଗଲରେ ବେଆଇନ ଗଛକଟା, ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ବନବିଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବନ ବିଭାଗ ପକ୍ଷରୁ ଜନ ସାଧାରଣଙ୍କୁ ଜଙ୍ଗଲର ସୁରକ୍ଷା ଓ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ ଜାରିରହିଛି। କିନ୍ତୁ ଲୋକଙ୍କ ସଚେତନତାର ଅଭାବ ଯୋଗୁଁ ବନ୍ୟ ପ୍ରାଣୀ ଶିକାର ଓ ଜଙ୍ଗଲ ଧ୍ବଂସ କରୁଥିବା ଦେଖିବାକୁ ମିଳିଛି। ସୋମବାର ବେଆଇନ ଭାବେ ଗଛକାଟିବା ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ବନ ବିଭାଗ। ସୂଚନାଅନୁଯାୟୀ ବିଶ୍ଵନାଥପୁର ରେଞ୍ଜ ଅଧିନସ୍ଥ ଢେପଗୁଡ଼ା ସଂରକ୍ଷିତ ଜଙ୍ଗଲ ଠାରେ ବେଆଇନ ଭାବେ ଗଛ କାଟୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବିଶ୍ଵନାଥପୁର ଭାରପ୍ରାପ୍ତ ରେଞ୍ଜର ତଥା ଏସିଏଫ ନରୋତ୍ତମ ମାଝୀଙ୍କ ନେତୃତ୍ୱରେ ବିଶ୍ଵନାଥପୁର ଫରେଷ୍ଟର ସୁରେଶ ଚନ୍ଦ୍ର ରାଉତ, ମୂଷାନାଲ ଫରେଷ୍ଟର ଚିନ୍ତାମଣି ମାଝୀ ସମେତ ବନବିଭାଗ କର୍ମଚାରୀ ମାନେ ଗଛ କାଟୁଥିବା ସମୟରେ ଚଢ଼ାଉ କରି ସୋମବାର ଅପରାହ୍ନ ୪ଟା ସମୟରେ ପିଲିକା ମାଝୀ, ଦୁଖା ମାଝୀ, ବକଲେ ମାଝୀ, ବଳଦେବ ମାଝୀ ଓ ଲମ୍ବୁ ମାଝୀ ୫ ଜଣଙ୍କୁ ଗିରଫ କରି ଥିଲା ବନବିଭାଗ। ଏନେଇ ଅନେକ ପଚରାଉଚରା ପରେ ଆଜି ଅପରାହ୍ନ ୪ଟା ସମୟରେ ଉକ୍ତ ୫ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବନବିଭାଗ ପକ୍ଷରୁ ଜଣାପଡିଛି। ଏନେଇ ବିଶ୍ୱନାଥପୁର ଭାରପ୍ରାପ୍ତ ରେଞ୍ଜର ତଥା ଏସିଏଫ୍ ନରୋତ୍ତମ ମାଝୀଙ୍କୁ ପଚାରିବାରୁ ବେଆଇନ ଭାବେ ଗଛ କାଟିବା ସମୟରେ ଆମେ ଚଡାଉ କରି ୫ ଜଣଙ୍କୁ ଗିରଫ କରିଥିଲୁ। ପଚରାଉଚରା ପରେ ସେହି ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରକାଶ କରିଥିଲେ। ତେବେ କିଛି ଦିନ ତଳେ ବିଦ୍ୟୁତ ତାର ଲଗାଇ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି ବିଶ୍ଵନାଥପୁର ରେଞ୍ଜ ପକ୍ଷରୁ କୋର୍ଟ ଚାଲାଣ କରିଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.