ଡ଼. ଭବାନୀ ଶଙ୍କର ନିଆଲ ପାଇଲେ ଡିଗ୍ରୀ ଅଫ ଡ଼କ୍ଟର ଅଫ ଗ୍ଲୋବାଲ ଲିଡରସିପ ଉପାଧି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆନ୍ତର୍ଜାତୀକ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲଙ୍କୁ ଆମେରିକା ସ୍ଥିତ ଡେସ୍ପ୍ରିଙ୍ଗ ଇଣ୍ଟରନେସନାଲ ୟୁନିଭେର୍ସିଟି ତରଫରୁ ଡିଗ୍ରୀ ଅଫ ଡ଼କ୍ଟର ଅଫ ଗ୍ଲୋବାଲ ଲିଡରସିପ ଉପାଧିରେ ସମ୍ମାନିତ କରାଯାଇଛି। ପ୍ରକାଶ ଯୋଗ୍ୟ ଯେ, ଡ଼. ନିଆଲକୁ ଏହି ବିଶ୍ୱ ବିଦ୍ୟାଳୟ ଦ୍ୱାରା ଗତବର୍ଷ ଡ଼କ୍ଟର ଅଫ ଲିଟ୍ରେଚର ଉପାଧିରେ ସମ୍ମାନିତ କରାଯାଇଥିଲା। ଏ ଅବସରରେ ସେ ଏହି ବିଶ୍ୱ ବିଦ୍ୟାଳୟର କୂଳ ସଚିବ ଡ଼କ୍ଟର ଆମୋସ ଜେମ୍ସଙ୍କୁ ଧନ୍ୟବାଦ ଦେବାସଙ୍ଗେ ସଙ୍ଗେ ଆମେରିକା ସ୍ଥିତ ଏହି ବିଶ୍ୱ ବିଦ୍ୟାଳୟର ଅଧ୍ୟକ୍ଷ, ଉପ ସଭାପତି ଏବଂ ଡିନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଥିଲେ। ସୂଚନା ଯୋଗ୍ୟ ଯେ, ଡ଼. ନିଆଲଙ୍କର କବିତା ବିଶ୍ୱର ୨୪ ଭାଷାରେ ଅନୁଦିତ ହୋଇସାରିଛି। ଏହା ବ୍ୟତୀତ ଲକଡାଉନ କବିତା ସଂକଳନ ୫ଟି ଅନ୍ତଃରାଷ୍ଟ୍ରୀୟ ଭାଷାରେ ପ୍ରକାଶିତ ହେବା ସ୍ଥଳେ ଏହାର ଏକ ଅନ୍ତଃରାଷ୍ଟ୍ରୀୟ ସମୀକ୍ଷା ପୁସ୍ତକ ମଧ୍ୟ ପ୍ରକାଶନ ହୋଇସାରିଛି। ଡ଼. ନିଆଲଙ୍କ କବିତା ପୁଣି ଉର୍ଦ୍ଦୁରେ ଅନୁଦିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ଡ଼. ନିଆଲଙ୍କୁ ଗ୍ଲୋବାଲ ଲିଡରସିପ କରାଯାଇଥିବାରୁ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଜନସଂଗଠନ ତରଫରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.