ସବ୍ୟସାଚୀଙ୍କ ବିୟୋଗରେ ସୋନପୁର ସହରରେ ଶୋକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହର ର ପଟାଭାଡ଼ି ଅଞ୍ଚଳରେ ରହୁଥିବା ସବ୍ୟସାଚୀ ମିଶ୍ର(୩୯) ଙ୍କ ଗତକାଲି ବୁଧବାର ରାତି ପ୍ରାୟ ୩ ଟା ବେଳେ ବରଗଡ ସ୍ଥିତ ବିକାଶ ହସ୍ପିଟାଲ ରେ ଦେହାନ୍ତ ହୋଇଯାଇଛି। ସବ୍ୟସାଚୀଙ୍କ ଭଳି ଜଣେ ସରଳ ତଥା ନିର୍ବିବାଦୀୟ ବ୍ୟକ୍ତିଙ୍କ ଶୋକରେ ସହର ତଥା ତାଙ୍କ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ବର୍ତ୍ତମାନ ସେ ଜିଲ୍ଲାର ବିନିକା ସ୍ଥିତ ଜେଏମଏଫସି କୋର୍ଟର ଗ୍ରୁପ “ଡି” କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ସୋନପୁର ଜିଲ୍ଲା ନ୍ୟାୟାଳୟରେ ୭/୮ ବର୍ଷ କାମ କରିବା ପରେ ପ୍ରାୟ ୩ ବର୍ଷ ହେବ ସେ ବିନିକା କୋର୍ଟ ରେ ଅବସ୍ଥାପିତ ହୋଇଥିଲେ। ସେ ଲିଭର ସିରୋସିସ୍ ରେ ପୀଡିତ ଥିବା ବେଳେ ପୂର୍ବରୁ ୱାଲ୍ଟିଅର୍ ସ୍ଥିତ ସେଭେନ ହିଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ୩/୪ ଦିନ ତଳେ ଅସୁସ୍ଥତା ଅନୁଭବ କରି ବରଗଡ ସ୍ଥିତ ବିକାଶ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ କିନ୍ତୁ ଗତକାଲି ରାତି ୩ ଟା ବେଳେ ପ୍ରାଣ ତ୍ୟାଗ କରିଥିଲେ। ସେ ଜଣେ ଭଲ ଫୁଟବଲ୍ ଖେଳାଳୀ ମଧ୍ୟ ଥିଲାବେଳେ ରାମଧୂନ୍ କ୍ଲବ ର ସଦସ୍ୟ ଥିଲେ। ଆଜି ୯ ଟା ବେଳେ ରାମେଶ୍ବର ଶ୍ମଶାନ ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ସ୍ଥାନୀୟ ସହର ବାସୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି, ଜିଲ୍ଲା କୋର୍ଟ ର କର୍ମଚାରୀ, ରାମଧୂନ୍ କ୍ଲବ ର ସଦସ୍ୟ ମାନେ ପ୍ରମୂଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.