ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ସପ୍ତାହବ୍ୟାପୀ ବିଶ୍ବ ଐତିହ୍ଯ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଇତିହାସ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ବାରା ଚଳିତ ମାସ ୧୯ ରୁ ୨୫ ତାରିଖ ପର୍ଯ୍ୟନ୍ତ ‘ବିଶ୍ୱ ଐତିହ୍ୟ ସପ୍ତାହ’ ପାଳିତ ହୋଇଯାଇଛି। ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଐତିହ୍ୟ ପରମ୍ପରାର ମହତ୍ତ୍ବ ବିଷୟରେ ଅଜ୍ଞତାକୁ ଅନୁଭବ କରି ଏହାର ଦୂରୀକରଣ ପାଇଁ ପ୍ରୟାସ ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ଯ ରହିଥିଲା।

Omkar Vasthu
Omkar Vasthu

ଏହି ପରିପ୍ରେକ୍ଷୀରେ, ବିଶ୍ୱବିଦ୍ୟାଳୟର ଇତିହାସ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଛାତ୍ରଛାତ୍ରୀମାନେ ଅନେକ ପଥପ୍ରାନ୍ତ ନାଟକ ପରିବେଷଣ କରିବା ସହ ପରମ୍ପରା ଏବଂ ଐତିହ୍ୟର ସଂରକ୍ଷଣର ବାର୍ତ୍ତା ନେଇ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ମଧ୍ଯ କରିଛନ୍ତି।
ବିଭାଗର ଅଧ୍ୟାପିକା ଶିଖାଶ୍ରୀ ରାୟ ଓ ଜିନା ପ୍ରିୟଙ୍କା ଜେଠୀଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ ନିକଟସ୍ଥ ନୂଆପଡା ଗ୍ରାମ, ମିତ୍ରପୁର ବଜାର, ନୀଳଗିରି ଆଦି ବିଭିନ୍ନ ସ୍ଥାନ ପରିଦର୍ଶନ କରି ସଚେତନତା ଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜନ କରିଥିଲେ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏଥି ସଂପର୍କିତ ଏକ ସେମିନାର ଅନୁଷ୍ଠିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଓ ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଡ଼କ୍ଟର ଅନାମ ବେହେରା ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ସମୃଦ୍ଧ ଐତିହ୍ୟର ସଂରକ୍ଷଣ ବିଷୟରେ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ସେ ସାଧାରଣତଃ ଓଡିଶାରେ ଏବଂ ବିଶେଷ ଭାବରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ସ୍ଥାନଗୁଡିକ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମର ଉଦଯାପନ କାର୍ଯ୍ୟକ୍ରମରେ ଡ଼କ୍ଟର ଶିଖାଶ୍ରୀ ରୟ ଏହି କାର୍ଯ୍ୟକ୍ରମ ଆୟୋଜନ କରି ସାତ ଦିନିଆ କାର୍ଯ୍ୟକ୍ରମର ସମୀକ୍ଷା ରିପୋର୍ଟ ପଠନ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ସମ୍ମାନିତ ଅତିଥି ଭାବେ ସାମାଜିକ ବିଜ୍ଞାନ ବିଭାଗର ପ୍ରଫେସର ଅନିଲ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଡ଼କ୍ଟର ଗୀତାଞ୍ଜଳି ପଣ୍ଡା ଓ ଡକ୍ଟର ପବିତ୍ର ମୋହନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଫେସର ଭାସ୍କର ବେହେରା ଉଦବୋଧନ ଦେଇ ଐତିହ୍ୟ କେବଳ ସ୍ମାରକୀ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସ୍ଥାନୀୟ ତଥା ଗ୍ରାମୀଣ ପରମ୍ପରା ସମ୍ମତିରେ ପାଳନ କରାଯିବା ଆବଶ୍ୟକ ତଥା ଏହି ପରମ୍ପରାଗୁଡ଼ିକୁ ସଂରକ୍ଷଣ କରିବା ସହ ପ୍ରକୃତ ଐତିହ୍ୟର ଆଭ୍ୟନ୍ତରୀଣ ଅର୍ଥ ବୁଝିବା ପାଇଁ ସେ ବାର୍ତ୍ତା ଦେଇଥିଲେ।ସଂଯୋଜକ ପ୍ରଫେସର ଡ଼କ୍ଟର ପବିତ୍ର ମୋହନ ନାୟକ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଦାୟିତ୍ବ ନିର୍ବାହ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.