ସାହିତ୍ୟ ଅକାଦେମିର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଉଦ୍ଘାଟିତ

ଓଡ଼ିଆ କବିତାରେ ନବ୍ୟ-ଆଧୁନିକତାର ପ୍ରବର୍ତ୍ତକ ଗୁରୁପ୍ରସାଦ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ରଜତ ବଂଶଲ): ଓଡ଼ିଆ କବିତାରେ ଆଧୁନିକତାର ଧାରା ପ୍ରବର୍ତ୍ତକ ହେଉଛନ୍ତି ପ୍ରସିଦ୍ଧ କବି ଗୁରୁପ୍ରସାଦ ମହାନ୍ତି। ସମକାଳର କବିତାକୁ ସମକାଳର ଭାଷାରେ ପ୍ରକାଶ କରୁଥିବା କବି ହେଉଛନ୍ତି ପ୍ରାଚ୍ୟ-ପାଶ୍ଚାତ୍ୟର ସେତୁସ୍ଥାପକ। ତାଙ୍କ କବିତା ସଂଖ୍ୟା କମ୍ କିନ୍ତୁ ସେଗୁଡ଼ିକର ପ୍ରଭାବ ଅସୀମ। ତାଙ୍କର ପ୍ରତିଟି କବିତା ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ଅମୂଲ୍ୟ ଜ୍ୟୋତି। କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ରରେ ଏହା ତ୍ପ୍ରକାଶ କରିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଦ୍ୱିଦିବସୀୟ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ରର ଅତିଥି ଏବଂ ଆଲୋଚକ ବୃନ୍ଦ।

Omkar Vasthu
Omkar Vasthu

ବିଖ୍ୟାତ ଓଡ଼ିଆ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଦ୍ୱାରା ଉଦଘାଟିତ ଏହି ଆଲୋଚନାଚକ୍ରରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ। ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀଯୁକ୍ତ ପଣ୍ଡା ଗୁରୁପ୍ରସାଦ ମହାନ୍ତିଙ୍କୁ ଓଡ଼ିଆ କବିତାରେ ନବ୍ୟ-ଆଧୁନିକତାର ପ୍ରବର୍ତ୍ତକ ବୋଲି କହିଥିଲେ। ଡକ୍ଟର ରାଓ ଭାରତୀୟ କବିତାର ବୈଶିଷ୍ଟ୍ୟ ଏବଂ ଗୁରୁପ୍ରସାଦଙ୍କ କାବି୍ୟକ ସ୍ୱାତନ୍ତ୍ର୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଗୁରୁପ୍ରସାଦଙ୍କ କେତେକ ଲୋକପ୍ରିୟ କବିତା ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଆଲୋଚନାଚକ୍ରର ଉଦ୍ଘାଟନୀ ଅଧିବେଶନରେ ସଭାପତିତ୍ୱ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ ଗୁରୁପ୍ରସାଦ ହେଉଛନ୍ତି ସମ୍ମୋହନର କବି, ଉଚ୍ଚାଟନର କବି, ମଧୁର ଯନ୍ତ୍ରଣାର କବି, ପୁଣି କାତର ଉଲ୍ଲଶସର କବି। ପ୍ରେମ ଓ ପ୍ରକୃତିର କବି। ପଚାଶ ବର୍ଷର ସୃଜନ କାଳରେ ମାତ୍ର ଅଶୀ ପାଖାପାଖି କବିତା ଲେଖିଥିଲେ। କବିତା ସଂଖ୍ୟା ସ୍ୱଳ୍ପ ହୋଇଥିଲେ ସୁଦ୍ଧା ସେ ଖୁବ୍ ପ୍ରସିଦ୍ଧ। ଶବ୍ଦ ପ୍ରୟୋଗ ଏତେ ଅଣପାରମ୍ପରିକ ଏବଂ ଆକସ୍ମିକ ଯେ ପାଠକ ତତ୍କ୍ଷଣାତ୍ ମୋହାଚ୍ଛନ୍ନ ହୋଇଯାଏ। ତାଙ୍କର ରାତି ପ୍ରସୂତିର କଷ୍ଟ ଭୋଗେ ଏବଂ ସକାଳ ଜନ୍ମ ନିଏ ରୁଗ୍ଣ ଶିଣୁଟିଏ ହୋଇ। ତାଙ୍କର ତାଙ୍କର କବିତା ଗୁଡ଼ିକ ଯେତିକି ଇନ୍ଦ୍ରିୟାସକ୍ତ ସେତିକି ଇନ୍ଦ୍ରିୟ-ମୁକ୍ତ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଗୁରୁପ୍ରସାଦ ମହାନ୍ତିଙ୍କ କନ୍ୟା ଡାକ୍ତର ପ୍ରିୟଦର୍ଶିନୀ ମହାନ୍ତି। ସେ ଆବେଗପୂର୍ଣ୍ଣ ଭାବରେ ଗୁରୁପ୍ରସାଦଙ୍କ ସ୍ମୃତିଚାରଣ କରିଥିଲେ। ମୂଳ ଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ କବି ତଥା ସମାଲୋଚକ ଭଗବାନ ଜୟସିଂହ। ଗୁରୁପ୍ରସାଦ ମହାନ୍ତିଙ୍କ ‘କାଳପୁରୁଷ’ ଏବଂ ଟି.ଏସ. ଏଲିଅଟଙ୍କ ‘ଦି ୱେଷ୍ଟ ଲ୍ୟାଣ୍ଡ’ କବିତାର ତୁଳନାତ୍ମକ ବ୍ୟାଖ୍ୟା କରିବା ପୂର୍ବକ ଗୁରୁପ୍ରସାଦଙ୍କ କବିତାର ନୂତନତା ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ। ଉଦ୍ଘାଟନୀ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର। ସଭା ସଂଯୋଜନା କରିଥିଲେ ସାହିତ୍ୟ ଅକାଦେମିର କୋଲ୍କାତା ଆଞ୍ଚଳିକ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ। ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଅକାଦେମିର ସାଧାରଣ ପରିଷଦର ସଦସ୍ୟ ତଥା ବିଶିଷ୍ଟ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ।

‘ଗୁରୁ୍ପ୍ରସାଦଙ୍କ କବିତାରେ ଭାବ ଓ ଶୈଳୀ’ ଶୀର୍ଷକରେ କବି ଭାଗୀରଥି ମିଶ୍ର ପ୍ରବନ୍ଧ ଉପସ୍ଥାପନ କରିଥିବାବେଳେ ପ୍ରଫେସର ଚିତ୍ତରଂଜନ ମିଶ୍ରଙ୍କ ପ୍ରବନ୍ଧର ବିଷୟ ଥିଲା ‘ଗୁରୁପ୍ରସାଦଙ୍କ କବିତାରେ ପ୍ରକୃତି ଓ ନାନ୍ଦନିକତା’। ଡକ୍ଟର ସଂଘମିତ୍ରା ଭଞ୍ଜ ‘ଅସ୍ତିତ୍ୱବାଦୀ ଦର୍ଶନ ଓ ଗୁରୁପ୍ରସାଦ ମହାନ୍ତି’ ଶୀର୍ଷକରେ ପ୍ରବନ୍ଧ ପାଠ କରିଥିଲେ। ସେହିପରି ଦ୍ୱିତୀୟ ଅଧିବେଶନରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ। ଗୁରୁପ୍ରସାଦଙ୍କ କବିତାର ତାତ୍ତ୍ୱିକ ଆଲୋଚନା କରିଥିଲେ ଦିଲୀପ କୁମାର ସ୍ୱାଇଁ, ରମେଶଚନ୍ଦ୍ର ମଲ୍ଲିକ ଏବଂ ସନ୍ତୋଷ କୁମାର ନାୟକ। ଶୁ୍ରକ୍ରବାର ଦିନ ଆଲୋଚନାଚକ୍ରର ଦ୍ୱିତୀୟ ଦିବସରେ ଗୁରୁପ୍ରସାଦଙ୍କ କବିତାର ଅନ୍ୟାନ୍ୟ ବିଭବ ସମ୍ପର୍କରେ ଆଲୋଚନା ଏବଂ ସନ୍ଧ୍ୟାରେ କବିସନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜିର କାର୍ଯ୍ୟକ୍ରମରେ ବହୁସଂଖ୍ୟକ କବି, ଲେଖକ, ଗବେଷକ, ସାହିତ୍ୟପ୍ରେମୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.