ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଅଟକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ସ୍କୁଲରୁ ଘରକୁ ଫେରିବା ବେଳେ ପିଇଟି ଶିକ୍ଷକ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ତଲିଉଡ଼ ଗାଁ ନିକଟରେ ଏହି ଘଟଣା ଘଟିଛି। ଆହତ ଶିକ୍ଷକ ଜଣଙ୍କ ହେଲେ ସତ୍ୟ ନାରାୟଣ ପଟେଲ। ସତ୍ୟ ନାରାୟଣ ବୁରୋମୁଣ୍ଡା ହାଇସ୍କୁଲର ପିଇଟି ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଗତକାଲି ସତ୍ୟ ନାରାୟଣ ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିଲେ। ଏହି ସମୟରେ ତଲିଉଡ଼ ଗାଁ ନିକଟରେ ଦୁଇଟି ବାଇକରେ ଚାରିଜଣ ଯୁବକ ଆସି ହଠାତ୍ ତାଙ୍କୁ ଲୁହା ରଡ଼ ଓ ମାରଣାସ୍ତ୍ର ବାହାର କରି ଆକ୍ରମଣ କରିଥିଲେ। ଶିକ୍ଷକଙ୍କ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଥିଲା। ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏନେଇ ବଲାଙ୍ଗିର ସଦର ଥାନାରେ ତାଙ୍କ ଭାଇ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଶିକ୍ଷକଙ୍କୁ କିଏ ଓ କାହିଁକି ଆକ୍ରମଣ କଲା ତାହା ଜଣାପଡ଼ିନାହିଁ। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ। ପୁଲିସ ଜଣକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.