ଭୀମଭୋଇ ମେଡ଼ିକାଲ; ଅନ୍ଧାରରେ ଚାଳିଛି ରୋଗୀ ସେବା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ଭୀମଭୋଇ ମେଡିକାଲରେ ଅଘଟଣ। ସର୍ଟସର୍କିଟ ହୋଇ ଜଳିଗଲା ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଅନ୍ଧାରରେ ରୋଗୀ, ରୋଗୀସେବା ବ୍ୟାହତ। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଜଳିଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ହସ୍ପିଟାଲ୍ ର ମୁଖ୍ୟ ଟ୍ରାନ୍ସଫର୍ମର ଠାରେ ସର୍ଟ ସର୍କିଟ ହୋଇଥିଲା। ବିଦ୍ୟୁତ୍ ତାର ଜଳି ପ୍ରଚଣ୍ଡ ଭାବରେ ନିଆଁ ବାହାରିଥିଲା। ଏହା ଦେଖି ରୋଗୀ ଓ ତାଙ୍କର ସମ୍ପର୍କୀୟ ମାନେ ଭୟଭୀତ ହୋଇଯାଇଥିଲେ। ଗତକାଲି କିଛି ସମୟ ପାଇଁ ଜେନେରେଟର ଯୋଗେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲେ ହେଁ ଆଜି ସକାଳୁ ବିଦ୍ୟୁତ୍ ନଥିବା କୁହାଯାଉଛି। ବିଦ୍ୟୁତ୍ ନଥିବା ଯୋଗୁଁ ଏକ୍ସ ରେ, ଅଲଟ୍ରା ସାଉଣ୍ଡ ଏବଂ ଅନ୍ୟାନ୍ୟ ବିଭାଗକୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି। ତେବେ ଗଛ ପଡ଼ି ଏଭଳି ସର୍ଟ ସର୍କିଟ ହୋଇଥିବା କୁହାଯାଉଛି। ଆଜି ସକାଳୁ ବିଦ୍ୟୁତ୍ ବିଭାଗର କର୍ମଚାରୀ ମାନେ ମରାମତି କାର୍ଯ୍ୟ ଜାରି ରହିଛି। ଅନେକ ବିଭାଗକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ମେଡିକାଲ ଅଧିକ୍ଷିକା ଡ: ମାନସୀ ପଣ୍ଡା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.