ଠିକାସଂସ୍ଥାର ଖାମଖିଆଲ ନିତିରେ ରାସ୍ତା କାର୍ଯ୍ୟ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ମାଝୀଗୁଡା ଛକଠାରୁ ଘଣ୍ଟିଗୁଡା ଦେଇ ପର୍ଯ୍ୟଟନସ୍ଥଳ ଗୁଡହାଣ୍ଡି ଡୋକରୀ ଚଞ୍ଚରା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ବାରା ରାସ୍ତା ନିର୍ମାଣ ଚାଲିଛି। ତେବେ ଠିକା ସଂସ୍ଥାର ଖାମଖିଆଲ ନିତି ଯୋଗୁଁ ସାମାନ୍ୟ ବର୍ଷାରେ ବେହାଲ ହୋଇ ପଡୁଛି ଆପ୍ରୋଚ୍ ରାସ୍ତା। ଯାହା ଫଳରେ ଦୁର୍ଦଶା ଭୋଗୁଛନ୍ତି ସାଧାରଣ ଯାତ୍ରୀ ଓ ପର୍ଯ୍ୟଟକ।

Omkar Vasthu
Omkar Vasthu

ଏହି ରାସ୍ତାରେ କିଛି ସ୍ଥାନରେ ପିଚୁ ପଡ଼ିଥିବାବେଳେ ବର୍ତ୍ତମାନ କେତେକ ଯାଗାରେ ପୋଲ ବସାଇବା ପାଇଁ ରାସ୍ତା ଖୋଲା ଚାଲିଛି। ତେବେ ଘଣ୍ଟିଗୁଡା ନିକଟରେ ଠିକା ସଂସ୍ଥା ପକ୍ଷରୁ ପୋଲ ବସାଇବା ପାଇଁ ରାସ୍ତା ଖୋଲାଯାଇ ଯୋଗାଯୋଗ ନିମନ୍ତେ ଯେପରି ଅସୁବିଧା ନହେବ ସେଥିପାଇଁ ଜମି ଦେଇ ଆପ୍ରୋଚ୍ ରାସ୍ତା ତିଆରି କରାଯାଇଛି। ହେଲେ ଏହି ରାସ୍ତାରେ ମୋରମ, ବାଲି ଦିଆଯାଇ ନାହିଁ, ନାମକୁ ମାତ୍ର କାମଚଳା ଭାବରେ ତିଆରି କରାଯାଇଛି। ଯାହା ଫଳରେ ସାମାନ୍ୟ ବର୍ଷାରେ ବେହାଲ ହୋଇ ପଡୁଛି। ରବିବାର ଏହି ରାସ୍ତା ଦେଇ ପିକନିକ୍ କରିବା ପାଇଁ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାକୁ ହଜାର ହଜାର ପର୍ଯ୍ୟଟକ ଯାଇଥିଲେ। ତେବେ ପିକନିକ୍ ସାରି ଫେରିବାବେଳେ ବର୍ଷା ଯୋଗୁଁ ଉକ୍ତ ଆପ୍ରୋଚ୍ ରାସ୍ତା ବେହାଲ ହୋଇ ପଡ଼ିଥିଲା। ଅନେକ ବାଇକ୍ ଚାଲକ ଖସି ପଡିଥିଲେ, ଚାରି ଚକିଆ ଯାନବାହନ ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା। ଅନେକ ଗାଡ଼ି ସେଠାରୁ ଫେରି ଅନ୍ୟ ରାସ୍ତାକୁ ଯାଇଥିବାବେଳେ ବସଯାତ୍ରୀ ମାନେ ବହୁ ହଇରାଣ ହୋଇଥିଲେ। ଡ଼ିସେମ୍ବର ଠାରୁ କ୍ରମାଗତ ଏହି ରାସ୍ତାରେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିବ। ଏବଂ ଆଗକୁ ନୂଆବର୍ଷ ରହିଥିବାବେଳେ ଠିକା ସଂସ୍ଥାର ଏଭଲି ଖାମଖିଆଲି ନିତି ଯୋଗୁଁ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀମାନେ ଅଯଥାରେ ହଇରାଣ ହେବାକୁ ଯାଉଛି। ଆପ୍ରୋଚ୍ ରାସ୍ତା ପାଇଁ ଚୁକ୍ତି ନାମାରେ ନିର୍ମାଣ ଲାଗି ଖର୍ଚ୍ଚ ଅଟକଳ ରହିଥିବାବେଳେ ଠିକାସଂସ୍ଥା କିଭଳି ଭାବରେ ରାସ୍ତାରେ ମୋରମ, ବାଲି ଦେଇ ରାସ୍ତା ତିଆରି କରି ନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ସାମାନ୍ୟ ବର୍ଷାରେ ଏହି ରାସ୍ତାରେ ଯା’ ଆସ କରିବା କଷ୍ଟକର ହୋଇ ପଡିଛି। ଏହାର ଯଥାସିଘ୍ର ସମାଧାନ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ନବ ପ୍ରକାଶ ବେହେରାଙ୍କୁ ପଚାରିବାରୁ ଅଦିନିଆ ବର୍ଷା ହେଇଯାଇଛି, କାମ ଚାଲୁରହିଛି, ଦୁଇଦିନ ଭିତରେ ସ୍ଥାୟୀ ସମାଧାନ ପାଇଁ ବାଟ କାଢ଼ିବା ବୋଲି କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.