ଡୋକରୀଚଞ୍ଚରାରେ ପାନୀୟ ଜଳ ପ୍ରକଳ୍ପ ଅଚଳ; ପର୍ଯ୍ୟଟକ ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକରେ ଥିବା ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଗୁଡହାହାଣ୍ଡି ଡୋକରୀଚଞ୍ଚରାରେ ଥିବା ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଛି। ଯାହା ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପିଇବା ପାଣି ନିମନ୍ତେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ପର୍ଯ୍ୟଟନ ସ୍ଥଳୀରେ ଡିସେମ୍ବର ମାସ ଆରମ୍ଭରୁ ପିକନିକ୍ ପାର୍ଟିର ଭିଡ଼ ଜମିବାରେ ଲାଗିଛି। ଦୈନକ ଶହ ଶହ ଲୋକଙ୍କ ସହ ସ୍କୁଲ ଓ କଲେଜରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ସରକାରୀ କାର୍ଯ୍ୟାଳୟ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏଠାକୁ ବଣଭୋଜି କରିବା ପାଇଁ ଆସୁଥିବା ଦେଖିବାକୁ ମିଳୁଛି। ତେବେ ଏଠାରେ ଥିବା ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଦିର୍ଘ ୨ମାସ ପାଖାପାଖି ହେବ ଅଚଳ ହୋଇପଡିଛି। ଯାହା ଫଳରେ ପାନୀୟ ଜଳ ନିମନ୍ତେ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି କି ଝରଣାରେ ବୋହି ଯାଉଥିବା ପାଣିକୁ ରୋଷେଇରେ ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ତେଣୁ ପିଇବା ପାଣି ସମସ୍ୟାକୁ ନେଇ ପର୍ଯ୍ୟଟକ ମାନେ କ୍ଷୋଭପ୍ରକାଶ କରିଛନ୍ତି। ଅନ୍ୟପଟେ ଡୋକରୀ ଚଞ୍ଚରା ଉନ୍ନୟନ ସମିତି ପକ୍ଷରୁ ଉକ୍ତ ପାନୀୟ ଜଳ ପ୍ରକଳ୍ପକୁ ମରାମତି କରିବା ପାଇଁ ବିଭାଗୀୟ କତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଦୃଷ୍ଟି ଦେଉ ନଥିବା ପ୍ରକାଶ କରିଛନ୍ତି। ତେଣୁ ତୁରନ୍ତ ମରାମତି କରିବା ପାଇଁ ପର୍ଯ୍ୟଟକ ଓ ସାଧାରଣ ଲୋକେ ଦାବି କରିଛନ୍ତି। ଏ ବିଷୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରାଯାଇଥିଲେ ହେଁ କୈାଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.