ଜିଲ୍ଲାସ୍ତରୀୟ ଇନପୁଟ୍ ସହାୟତା ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବରଗଡ଼ ଜିଲ୍ଲାର ସୋହେଲା ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ବାଦ ଅତିରିକ୍ତ ୮୦୦ ଟଙ୍କାର ଇନପୁଟ ସହାୟତା ପ୍ରଦାନ ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆ ଠାରେ ବାଲେଶ୍ୱର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦ, ବାଲେଶ୍ଵର ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗଦାନ କରିଥିଲେ। ଏଥି ସହିତ ବରଣ୍ୟେ ଅତିଥି ଭାବେ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ବିଧାୟକ, ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ, ବାଲେଶ୍ଵର ସଦର ମାନସ କୁମାର ଦତ୍ତ ଓ ବିଧାୟକ, ନୀଳଗିରି ସନ୍ତୋଷ ଖଟୁଆ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ ଓ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ନୀରଦ ରଞ୍ଜନ ଦାସ ମଧ୍ୟ ମଞ୍ଚାସୀନ ଥିଲେ।

Omkar Vasthu
Omkar Vasthu

ଉକ୍ତ ସଭାରେ ଉପସ୍ଥିତ ଜିଲ୍ଲାର ଅଗ୍ରଣୀ ଚାଷୀ ଭାଇ ଭଉଣୀଙ୍କୁ ଉଦବୋଧନ ଦେଇ ନିଜ ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ବାଲେଶ୍ୱର ସର୍ବଦା ନିଜ ଉନ୍ନତ ମାନର ଚାଷ ପାଇଁ ପ୍ରସିଦ୍ଧ। ବାଲେଶ୍ୱର ଜିଲ୍ଲାରେ ଆସନ୍ତା ତା ୨୭ ରିଖରେ ଆରମ୍ଭ ହେବାକୁ ଥିବା ୨୦୨୪-୨୫ ଖରିଫ ବର୍ଷର ଧାନ କିଣା ବିଷୟରେ ମାନ୍ୟବର ମନ୍ତ୍ରୀ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏଥି ପାଇଁ ଜିଲ୍ଲାରେ ସମୁଦାୟ ୧,୦୨,୪୬୪ ଜଣ ଚାଷୀ ଧାନ ବିକ୍ରି କରିବା ଲାଗି ବିଭିନ୍ନ ଧାନ କ୍ରୟ କେନ୍ଦ୍ରରେ ନାମ ପଞ୍ଜିକରଣ କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଚାଷୀଙ୍କ ମଧ୍ୟରେ ଯେପରି ଦ୍ୱନ୍ଦ ନ ରୁହେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଚତନ କରାଯାଉଥିବା ବିଭିନ୍ନ ପଦକ୍ଷେପକୁ ମାନ୍ୟବର ମନ୍ତ୍ରୀ ପ୍ରଶଂସା କରିଥିଲେ। ସୂଚନାନୁସାରେ ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଲଗାଇବା ସହତି ଏକ କେନ୍ଦ୍ରସ୍ତରୀୟ କଣ୍ଟ୍ରୋଲ ରୁମର ବ୍ୟବସ୍ଥା ମଧ୍ୟ କରାଯାଇଛି। ଧାନ ପରିବହନକାରୀ ଯାନ ଗୁଡିକର ଗତିବିଧି ଉପରେ ନଜର ରଖିବା ପାଇଁ ସମସ୍ତ ସୀମା ଯାଞ୍ଚ ପଏଣ୍ଟ ରେ ସିସିଟିଭି ଏବଂ ବାଲେଶ୍ୱର ଜିଲ୍ଲାର ପଶ୍ଚିମ ବଙ୍ଗ ସୀମାନ୍ତ ଅଞ୍ଚଳରେ ୮ ଗୋଟି ସ୍ଥାନ ଚିହ୍ନଟ କରାଯାଇ କ୍ୟାମେରା ଗଛିତ ଗାଡିର ବ୍ୟବସ୍ଥା କରାଯାଇଛି। ସମବାୟ ବିଭାଗ ଦ୍ୱାରା ସମସ୍ତ ଧାନ ସଂଗ୍ରହଣ କେନ୍ଦ୍ରରେ ସଂଗ୍ରହଣ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପ୍ରାଥମିକତା ଆଧାରରେ ଆବଶ୍ୟକୀୟ ବୈଷୟିକ ଯନ୍ତ୍ରପାତି ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଗୁରୁତ୍ବ ଦିଆଯାଉଛି । ମିଲକୁ ଧାନ ପହଞ୍ଚିବା ପୂର୍ବରୁ ଏହାର ମାନକୁ ନିଶ୍ଚିତ କରିବା ପାଇଁ ମଣ୍ଡିରେ ଧାନର ମାନ ଯାଞ୍ଚ କରାଯିବ ଏବଂ ଯାଞ୍ଚ ସମୟରେ ମିଲର ଉପସ୍ଥିତ ରହିବେ। ଯାଞ୍ଚ ରିପୋର୍ଟର ଏକକିତା ନକଲ ସମ୍ପୃକ୍ତ ଚାଷୀଙ୍କୁ ପ୍ରଦାନ କରାଯିବ। ଜିଲ୍ଲା ଅଧିକାରୀ ମାନେ ଜିଲ୍ଲା ଗସ୍ତ ସମୟରେ ଧାନ ମଣ୍ଡିକୁ ପରିଦର୍ଶନ କରି ଧାନ ସଂଗ୍ରହ ବ୍ୟବସ୍ଥାର ତଦାରଖ କରିବେ। ଏଠାରେ ସୂଚନା ଥାଉ କି ବାଲେଶ୍ୱର ଜିଲ୍ଲାରେ ୧୪୧ ଗୋଟି ପ୍ରାଥମିକ ସେବା ସମବାୟ ସମିତି, ୨ ଗୋଟି ଏଲଏଏମପିସିଏସ ଏବଂ ୮ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଅଧୀନରେ ସମୁଦାୟ ୧୮୦ ଗୋଟି ଧାନକ୍ରୟ କେନ୍ଦ୍ର କାର୍ଯ୍ୟ କରୁଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.