ବଲାଙ୍ଗିର ଜିଲ୍ଲାରେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଳରୁ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଗୌରୱ ଶିୱାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସଚେତନତା ରଥ ମାଧ୍ୟମରେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକ ତଥା ସମସ୍ତ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ସଚେତନତା ରଥ ପରିକ୍ରମା କରିବା ସହ ପ୍ରଚାର ପତ୍ର ବଣ୍ଟନ ଓ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଏବଂ ବିଭିନ୍ନ ସ୍ଥାନରେ ସଚେତନତା ସଭା ଆୟୋଜନ କରାଯାଇ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାକୁ ଆପଣାଇବାକୁ ପ୍ରୋତ୍ସାହିତ କରାଯିବ । କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ, ପୌଷ ସନ୍ତାନ ଗ୍ରହଣ ନିୟମାବଳି, ୨୦୨୨ ରେ ଉଲ୍ଲେଖ ଥିବା ବିହିତ କାର୍ଯ୍ୟବିଧି କୁ ଉଲଂଘନ କରି , ଯଦି କୌଣସି ପିତୃ ମାତୃ ହିନ/ ପରିତ୍ୟକ୍ତ ଶିଶୁକୁ ପୌଷତା ଉଦ୍ଦେଶ୍ୟରେ ପ୍ରଦାନ କରେ ତେବେ ସେହି ବ୍ୟକ୍ତି / ଅନୁଷ୍ଠାନ ବିରୁଦ୍ଧରେ କିଶୋର ନ୍ୟାୟ ଅଧିନିୟମ -୨୦୧୫ ର ଧାରା ୮୦ ଅନୁସାରେ ସର୍ବାଧିକ ୩ ବର୍ଷ ଜେଲ ଦଣ୍ଡ କିମ୍ବା ଏକ ଲକ୍ଷ ଟଙ୍କା କିମ୍ବା ଉଭୟ ରେ ଦଣ୍ଡିତ ହେବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ସୂଚନା ଦେଇଥିଲେ । କୌଣସି ପରିତ୍ୟକ୍ତ / ପିତୃ ମାତୃ ହିନ / ସମର୍ପିତ ଶିଶୁ ବାବଦରେ ସୂଚନା ପାଇଲେ ୧୦୯୮ ନମ୍ବର ରେ ଫୋନ କରି ସୂଚନା ଦେଇପାରିବେ । ଏହି କାର୍ଯ୍ୟକ୍ରମବେଳେ ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତାଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.