ରେଙ୍ଗାଲପାଲିରେ ମଣ୍ଡି ସ୍ଥାପନ ପାଇଁ ଚାଷୀଙ୍କ ଦାବି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ପେକ୍ସ ଅଧିନ ରେଙ୍ଗାଲପାଲି ବଦଳରେ ଝରିଆଗୁଡାରେ ମଣ୍ଡି ଖୋଲା ହେବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରେଙ୍ଗାଲପାଲି ପଞ୍ଚାୟତର ଚାଷୀ। ସୂଚନା ଅନୁସାରେ, କୋକସରା ପ୍ରାଥମିକ କୃଷି ସମବାୟ ସମିତି ଅଧୀନ କୋକସରା ଧାନ ମଣ୍ଡିରେ ରେଙ୍ଗାଲପାଲି, ମାଝୀଗୁଡା ଓ କୋକସରା ପଞ୍ଚାୟତର ଚାଷୀମାନେ ଧାନ ବିକ୍ରୀକରି ଆସୁଥିଲେ। ତେବେ ଅଧିକ ସଂଖ୍ୟାରେ ଚାଷୀ ଥିବାରୁ ତଥା ମଣ୍ଡିରେ ଉତ୍ତମ ଭିତ୍ତିଭୂମି ନ ଥିବାରୁ ମାଝୀଗୁଡା ଓ ରେଙ୍ଗାଲପାଲିରେ ମଣ୍ଡି ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲା। ପ୍ରଶାସନ ଏହାକୁ ବିଚାରକୁ ନେଇ ରେଙ୍ଗାପାଲି ପଞ୍ଚାୟତର ଝରିଆଗୁଡାଠାରେ ଏକ ନୂତନ ଉପମଣ୍ଡି ସ୍ଥାପନ କରିଛନ୍ତି। ଚଳିତ ଖରିଫ ଋତୁ ପାଇଁ ଏଠାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟ ପକ୍ଷରେ ରେଙ୍ଗାଲପାଲି ପଞ୍ଚାୟତ ଅନ୍ତର୍ଗତ, ଡଙ୍ଗରୀଗୁଡା, କାଦୋପଦର, ପାଣିଗାଁ, କଛାରପଦର ଓ ରୋଙ୍ଗାଲପାଲିର ଚାଷୀମାନେ ପଞ୍ଚାୟତ ମୁଖ୍ୟାଳୟ ରେଙ୍ଗାଲପାଲି ଠାରେ ହିଁ ମଣ୍ଡି ସ୍ଥାପନ ହେବବୋଲି ଦାବି କରିଛନ୍ତି। ଯଦି ଏଠାରେ ମଣ୍ଡି ସ୍ଥାପନ ନହୁଏ ତେବେ ଭୟାଭୟ ଆନ୍ଦୋଳନ ହେବ ବୋଲି ଚାଷୀ ରାମକୃଷ୍ଣ ପଟ୍ଟନାୟକ, ସତ୍ୟବାନ ପାଣିଗ୍ରାହୀ, ସହଦେବ ନେଗୀ, ଦୁର୍ଯ୍ୟୋଧନ ଚଣ୍ଡୀ, ଡିଙ୍ଗର ଚଣ୍ଡୀ, ଟିକଚନ ଚଣ୍ଡୀ, ପ୍ରସାନ୍ତ କେତକୀ, ଚନ୍ଦ୍ରମଣି ପୂଝାରୀ, ଶହଦେବ ଶବର, ପିତାମ୍ବର ଶବର, ସୁବାଷ କେତକୀ, ମକର ନାଏକ, ଚିତ୍ରସେନ କେତକୀ, ଲିଙ୍ଗରାଜ ଶବର, କଳ୍ପବଟ ପଟ୍ଟନାୟକ, ବନମାଳୀ ପଣ୍ଡା, ଭକ୍ତ ଚରଣ ଗୋପାଳ, ଯୋଗେଶ୍ୱର ଚଣ୍ଡୀ, ଲାଲ ପୁଝାରି, ହେମନ୍ତ ଚଣ୍ଡୀ, ଅଗାଧୁ ଗହୀର, ମଧୁସୂଦନ, ପୂଝାରି, ନୀଳଧର ମାଝୀ, ମଧୁସୂଦନ ପଟ୍ଟନାୟକ, ଦୁତି କୃଷ୍ଣ ନାଏକ, ମଧୁସୂଦନ ପଟ୍ଟନାୟକ ସମେତ ପ୍ରମୁଖ ଚାଷୀ ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.