ଗୁଣପୁରଠାରେ ୪୫ତମ ମହାଲଷ୍ମୀ ପୂଜା ଉଦଯାପିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଧନର ଅଧିଷ୍ଠାତ୍ରୀ ଦେବୀ ମହାଲକ୍ଷ୍ମୀଙ୍କର ପୂଜାକୁ ନେଇ ଉତ୍ସବ ମୁଖର ହୋଇ ଉଠିଥିଲା ଗୁଣପୁର। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଗୁଣପୁର ଠାରେ ୫ ଦିନ ଧରି ଚାଲିଥିଲା ମାଁ ମହାଲକ୍ଷ୍ମୀଙ୍କର ୪୫ତମ ପୂଜାନୁତ୍ସବ। ଏହା ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି। ଗ୍ରାମର ମାର୍କଣ୍ଡ ସାହୁ ଓ ତାଙ୍କ ଧର୍ମପତ୍ନୀ ପ୍ରେମଲତା ସାହୁ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ପୁରାଣପାଠ ସହ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ମିନାବଜାର ସହ ନାଟକ, ଲକ୍ଷ୍ମୀ ସୁଆଙ୍ଗ, ଦଣ୍ଡ ନୃତ୍ୟ ଓ ଡେନସ ଡେନସ ପ୍ରତିଯୋଗୀତାର ଭରପୁର ମଜା ଉଠାଇଥିଲେ ଦର୍ଶକ। ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଶିକ୍ଷାବିତ କ୍ଷିତିଶ ଚନ୍ଦ୍ର ମାଝୀ ପାଞ୍ଚଦିନ ଯାକ ମଞ୍ଚ ପରିଚାଳନା କରିଥିଲେ। ଡ୍ୟାନସ ଡ୍ୟାସନ କାର୍ଯ୍ୟକ୍ରମର ମଞ୍ଚ ସଂଚାଳନ କରିଥିଲେ ବିଶିଷ୍ଟ ମଞ୍ଚ ଉଦଘୋଷକ ଗୋପାଳ ଦାସ ମହାନନ୍ଦ। ପୂଜା କମିଟିର ଉପଦେଷ୍ଟା ଅଜିତ ସାହୁ, ସଭାପତି ଗଣେଶ ମୁଣ୍ଡା, ସାଧାରଣ ସମ୍ପାଦକ ଡିଙ୍ଗର ମୁଣ୍ଡା, ଗୈାନ୍ତିଆ କେତନ ମାଝୀ, ପବିତ୍ର ମାଝୀ, ଡିଙ୍ଗର ମାଝୀ, ଅମର ସିଂ ଯାନୀ, ମେରୁ ମାଝୀ, ଯାଦବ ଜାନୀ, ରୁପ ସିଂ ଜାନୀ,  ମୋତିଲାଲ ଜାନୀ, ରଞ୍ଜିତ ସାହୁ, ଲଏସିଂ ମାଝୀ ପ୍ରମୁଖଙ୍କ  ସହ ଗ୍ରାମର ଯୁବକମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.