ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଗୁଡ଼ଭେଳା ବ୍ଳକ ବିଜେଡି ନେତ୍ରୀ ତଥା ପୂର୍ବ ସରପଞ୍ଚ ପ୍ରଭାସିନୀ ପଧାନଙ୍କ ଘରେ ଦେଓଗାଁ ବନ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ପଟା ଜବତ କରିଛି। ବନ ବିଭାଗର ଚଢ଼ାଉ ଦେଖି ନାରୀ ନେତ୍ରୀଙ୍କ କଲେଜ ଅଧ୍ୟକ୍ଷ ସ୍ୱାମୀ ଫେରାର ହୋଇଛନ୍ତି। ତେବେ ବନ ବିଭାଗ କାଠ ପଟାକୁ ଜବତ କରିଥିଲେ ବି କାହାରିକୁ ଏପର୍ଯ୍ୟନ୍ତ ଗିରଫ କରି ନ ଥିବା ଜଣାପଡିଛି।