ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ମୁହଁ ଖୋଲିଲେ ମରଣ ମୁଖରୁ ବଞ୍ଚିଥିବା ମହିଳା କନେଷ୍ଟବଲ ନୁପୁର। ତାଙ୍କ ଜୀବନ ବିପଦରେ ଥିବା କହିବା ସହ ବଖାଣିଳେ ତାଙ୍କ କନେଷ୍ଟବଲ ସ୍ୱାମୀ ଜ୍ୟୋତି ସେଦିନ ହତ୍ୟା ପାଇଁ ଉଦ୍ୟମ କରିଥିବା ସମସ୍ତ ଘଟଣା।
ଗତ ସୋମବାର ତୁଷୁରା ଏୟାରଷ୍ଟ୍ରିପ ରାସ୍ତାରେ କନେଷ୍ଟବଳ ଦମ୍ପତିଙ୍କ ଯାଉଥିବା ସମୟରେ ସ୍ୱମୀ ନିଜ କନେଷ୍ଟେବଳ ସ୍ତ୍ରୀକୁ ଆକ୍ରମଣ କରି ଜୀବନରେ ମାରିଦେବା ଉଦ୍ୟମ କରିଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପାଟିତୁଣ୍ଡ କରିବାରୁ ସ୍ବାମୀ ଜ୍ୟୋତି ପ୍ରଧାନ ଓ ତାଙ୍କ ସହଯୋଗୀ ଜଗନ୍ନାଥ ପ୍ରଧାନ ମୃତ୍ୟୁ ସହ ସଂଘର୍ଷ କରୁଥିବା ସ୍ତ୍ରୀକୁ ଛାଡ଼ି ଫେରାର ମରିଥିଲା। ଗୁରୁତର ଅବସ୍ଥାରେ ମହିଳା କନେଷ୍ଟବଳ ନୂପୁର ବଲାଙ୍ଗୀରର ଏକ ଘରୋଇ ମେଡିକାଳରେ ଭର୍ତିହୋଇ ଚିକିତ୍ସାତ ହେଉଛନ୍ତି। ସେମାନଙ୍କ ଦଶ ମାସର ମା କ୍ଷୀର ଖାଉ ଥିବା ଛୋଟ ପିଲାଟି ମଧ୍ୟ ଅଛି। ମହିଳା କନେଷ୍ଟବଳ ନୁପୁର ବିଶ୍ୱାଳ ସ୍ୱାମୀ ଜ୍ୟୋତି ପ୍ରଧାନ ଆକ୍ରମଣ କରିଥିବା ଅଭିଯୋଗ କରିବା ସହ ସେ ତାଙ୍କୁ ଜୀବନ ରୁ ମାରିଦେବା ପାଇଁ ନିଜ ସହଯୋଗୀ ଜଗନ୍ନାଥ ପ୍ରଧାନ (ଜଗା) ସହ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକଙ୍କ ପାଇଁ ଜୀବନ ବଞ୍ଚି ଯାଇଥିବା କହୁଛନ୍ତି ନୂପୁର।
କିନ୍ତୁ ଏବେ ବି ସେ ହସ୍ପିଟାଲ ବେଡ଼ରେ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା କହିଛନ୍ତି। ଆଘାତ ଯୋଗୁଁ ନିଜେ ଭଲରେ ଖାଇ ବି ପାରୁ ନାହାନ୍ତି କି ଆଘାତ ପାଇଁ ଶୋଇ ବି ପାରୁ ନାହାନ୍ତି। ମା କ୍ଷୀର ଖାଉଥିବା ପିଲାର କଣ ଭୁଲ ବୋଲି ନୁପୁର କହିବା ସହ ତାଙ୍କ ସ୍ୱାମୀକୁ ଅତି ଶୀଘ୍ର ଧରାଯାଉ ଓ କଣ କାରଣ ପାଇଁ ସେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଚାହୁଁ ଥିଲେ କଣ ତାଙ୍କ ଅପରାଧ ଥିଲା ବୋଲି ପ୍ରଶ୍ନ କରିଛନ୍ତି। କାରଣ ପରିବାର ଲୋକ ଓ ନୁପୁର କହିବା ଅନୁସାରେ ଉଭୟ ବଲାଙ୍ଗୀର ରିଜର୍ଭ ପୋଲିସରେ କାମ କରୁଥିଲେ ଏକ ମାତ୍ର ସନ୍ତାନ ଓ ଶାଶୁ ଶଶୁରଙ୍କ ସହ ବେଶ ହସ ଖୁସି ରେ ରହୁଥିଲେ ନା କୌଣସି ଘରୋଇ କଳହ ଥିଲା ନା ସ୍ୱାମି ସ୍ତ୍ରୀ ଭିତରେ କୌଣସି ସମସ୍ୟା ଥିଲା କି?
ହେଲେ ନୁପୁରଙ୍କ ଦାବୀ ଶୀଘ୍ର ତାଙ୍କ ଫେରାର ସ୍ୱାମୀକୁ ଧରାଯାଉ ନ ହେଲେ ସେ ହସ୍ପିଟାଲ ରୁ ଘରକୁ ଗଲେ ସେ ପୁଣି ମାରିଦେବ ବୋଲି କହିଛନ୍ତି। ତୁଷୁରା ଥାନାରେ ମାମଲା ରୁଜୁ, ପୋଲିସର ତଦନ୍ତ ଜାରି ଥିବା ବେଳେ ସ୍ୱମୀ ଜ୍ୟୋତି ପ୍ରଧାନକୁ ବଲାଙ୍ଗିର ଏସପି ଋଷିକେଶ ଖିଲାରୀ ନିଲମ୍ବନ କରିଛନ୍ତି। ସହଯୋଗୀ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତୁଷୁରା ପୋଲିସ।