ମେସିନ ବଦଳିଲେ ଓଜନ୍ ବଦଳୁଛି: ଧରାପଡ଼ିଲା ଠକେଇ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଦେଓଗାଁ ବ୍ଲକର ଧାନ ମଣ୍ଡି ଗୁଡ଼ିକରେ ଅବ୍ୟବସ୍ଥାର ଚିତ୍ର ସମ୍ନାକୁ ଆସିବା ପରେ ଗୁଡ଼ଭେଳା ବ୍ଳକ ଓ ତୁଷୁରା ଏନଏସି ଅଞ୍ଚଳରେ ଖୋଲିଥିବା ଧାନ ମଣ୍ଡି ଗୁଡ଼ିକରେ ଚାଷୀ ଶୋଷଣ ନୀତିକୁ ପେକ୍ସ ଦ୍ୱାରା ଆରଏମସି କାର୍ଯ୍ୟକରୁଥିବା ଅଭିଯୋଗ ହେଉଛି। ୧୩ ପଞ୍ଚାୟତର ବିଭିନ୍ନ ଗାଁରୁ ଅମଳ ହୋଇଥିବା ଧାନକୁ କମ ମୂଲ୍ୟରେ କିଣି ବେପାରୀ ଗଛିତ ରଖି ଏବେ ମଣ୍ଡିକୁ ନେଉଛି। ଏପରି କି କିଛି ମଣ୍ଡିରୁ ବେପାରୀ ଧାନ ସିଧାସଳଖ ବିକ୍ରି ହେଉଥିବା ବେଳେ ଚାଷୀଙ୍କ ଠାରୁ ମଣ୍ଡିରେ ପଡୁଛି।

ଆରଏମସି ଯୋଗାଇ ଦେଇଥିବା ଓଜନ ମାପ ଯନ୍ତ୍ରରେ ବି ଠକେଇ ହେଉଥିବା ବେଳେ ବାଧ୍ୟତାମୂଳକ ଭାବରେ ୪/୫ କେଜି କଟନୀ ହେଉଛି ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶୁକ୍ରବାର ଦିନ ଋଷୁଡା ପେକ୍ସକୁ କିଛି ଚାଷୀ ଧାନ ବିକ୍ରି କରିବାକୁ ଆଣିଥିଲେ। ଏହା ଭିତରୁ ରମାକାନ୍ତ ଭୋଇ ନାମକ ଜଣେ ଚାଷୀ ୧୮୩ ପେକେଟ ଧାନ ଘରୁ ଓଜନ କରି ଆଣିଥିଲେ। ଯାହା ୭୨ କ୍ୟୁଣ୍ଟାଲ ୭୪ କେଜି ଥିଲା ତାଙ୍କ ଟୋକନରେ ୬୯.୨୯ ବିକ୍ରି କରିବା ଥିବାରୁ ୫ କେଜି କଟନୀ କରି ଧାନ ଓଜନ ଜରିଦେଇଥିଲେ ଯାହା ୬୬ କ୍ୟୁଣ୍ଟାଲରୁ ଅଧିକ ହୋଇଥିଲା। ୭୩ କ୍ୟୁଣ୍ଟାଲ ଧାନକୁ ପେକ୍ସରେ ଓଜନ କରିବା ପରେ ୭କ୍ୟୁଣ୍ଟାଲ କମ ହୋଇଥିବାରୁ ଓଜନ ମେସିନକୁ ନେଇ ସନ୍ଧେହ କରିଥିଲେ ଚାଷୀ ଜଣକ। ଏହାକୁ ନେଇ ହୋ ହାଲ୍ଲା କରିବାରୁ ୨ କେଜି କମ ହେଉଥିବା ଜଣାପଡିଥିଲା।

ପୂର୍ବରୁ ୨୨ଶହ କ୍ୟୁଣ୍ଟାଲ ଧାନ ପେକ୍ସରୁ ଯାଇଥିବାରୁ ୨ କେଜି ଗଡବଡ଼ ହିସାବରେ ୪୪ କ୍ୟୁଣ୍ଟାଲ ଧାନ ଓଜନ ରେ ଠକେଇ କରିଥିବା ଅଭିଯୋଗ ହେଉଛି। ଆରଏମସି କର୍ମଚାରୀ ମାପ ଯନ୍ତ୍ର ରେ ଓଜନ ହୋଇଥିଲେ ଗୋଟିଏରେ ନବେ କେଜି ହୋଇଥିବା ବେଳେ ଆଉ ଗୋଟିଏ ରେ ୮୮ କେଜି ହୋଇଥିଲେ ବୋଲି ଉପସ୍ଥିତ ଥିବା ଚାଷୀ ପ୍ରକାଶ କରିଛନ୍ତି। ଏହି ଗୋଟିଏ ପେକ୍ସରେ କେବଳ ଓଜନ ମେସିନରେ ଠକେଇ ହେଉଛି ନା ଅନ୍ୟ ଧାନ ମଣ୍ଡି ଗୁଡ଼ିକ ରେ ମଧ୍ୟ ଓଜନ ରେ ଠକେଇ ହେଉଛି ତାକୁ ନେଇ ସନ୍ଧେହ ଦେଖା ଦେଇଛି।

ଏହି ବ୍ଲକ ଅଞ୍ଚଳରେ ଥିବା ବିକାଶ ରାଇସମିଲ, ଶ୍ରୀ ଗଣେଷ ରାଇସମିଲ, ଲୋକ ନାଥ ରାଇସମିଲ, ବାଲାଜି ଏଗ୍ରୋ, ସମଲେଶ୍ବରୀ ପେଡି ପ୍ରସେସିଂ,ସମଲେଶ୍ବରୀ ରାଇସମିଲ, ନାରାୟଣୀ ରାଇସମିଲ, ଗଜାନନ ରାଇସମିଲ, ସରସ୍ୱତୀ ରାଇସମିଲ, ସିଦ୍ଧି ବିନାୟକ ରାଇସ ମିଲ, ସନ୍ତୋଷ ରାଇସମିଲ ସହ ଦେଓଗାଁ ର ଆଦିଶକ୍ତି, ସିଦ୍ଧି ବିନାୟକ ଜରି ବସ୍ତା ଧାନ କୁ ବାରଣ କରି କ୍ୟୁଣ୍ଟାଲ ପ୍ରତି ୫ କେଜି କଟନୀ କରୁଥିବା ଚାଷୀ ମାନେ ଅଭିଯୋଗ କରୁଛନ୍ତି। କିଛି ପେକ୍ସ କତ୍ତୃପକ୍ଷ ମିଲର ସହ ହାତ ମିଳାଇଥିବାରୁ ଚାଷୀ ଅଭିଯୋଗ କଲେ ମିଲର ସହ ଆଲୋଚନା କର ବୋଲ କହୁଥିବା ଅଭିଯୋଗ କରୁଛନ୍ତି। ଏପରିକି ପେକ୍ସ ରେ ଧାନ ମାନ ନିର୍ଦ୍ଧାରଣ ନ କରି ମିଲ ଭିତରେ କରି ଆହୁରି ୩/୪ କେଜି କଟନୀ କରୁଥିବା ଅଭିଯୋଗ ହେଉଛି। ମିଲର ଓ ଯୋଗାଣ ବିଭାଗର ଗୁପ ବୁଝାମଣା ଥିବାରୁ ଯେତେ ଅଭିଯୋଗ ହେଲେ ବି କେହି କର୍ଣ୍ଣ ପାତ କରୁନାହାନ୍ତି। ଯାହା ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.