ବଡ଼ମାଲ ଗ୍ରାମରେ ବୁଢ଼ାରଜା ତଥା ସିକେରପାଟ ଯାତ୍ରା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଗଣ୍ଡପତ୍ରାପାଳି ଗ୍ରାମପଞ୍ଚାୟତ ବଡମାଲ ଗ୍ରାମଠାରେ ବାର୍ଷିକ ବୁଢ଼ାରଜା ତଥା ସିକେରପାଟ ଯାତ୍ରା ବଡ଼ମାଲ ଆନୁକୁଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ବୁଢ଼ାରଜା ପୀଠର ମୁଖ୍ୟ ପୂଜକ ଗଣ୍ଡାରାମ ଭୋଇଙ୍କ ତତ୍ୟାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ କନ୍ଧ ସମାଜ ର ଜାତିଭାଇ ଉପସ୍ଥିତ ରହି ପ୍ରଭୁ ବୁଢ଼ାରଜା ତଥା ସିକେରପାଟ ତଥା ପାର୍ଶ୍ୟ ଦେବଦେବୀଙ୍କ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରଥମେ ଗ୍ରାମ ପରିକ୍ରମା କରିଥିଲେ ଏବଂ ଅଞ୍ଚଳର ସମସ୍ତ ବର୍ଗର ଜନସାଧାରଣ ପ୍ରଭୁ ବୁଢ଼ାରଜାଙ୍କ ପୀଠରେ ଉପସ୍ଥିତ ରହି ପ୍ରଭୁଙ୍କ ଠାରେ ଶରଣାପନ୍ନ ହୋଇ ଆଶ୍ରିବାଦ ଭିକ୍ଷା କାମନା କରିଥିଲେ । ଏଥିରେ ପୂଜାରୀ ସୁଦେବ ଭୋଇ, ଟିକେଶ୍ୱର୍ ଭୋଇ, ଦିହାରି ନନ୍ଦ ଭୋଇ, ରତନ ଭୋଇ, ଟାଙ୍ଗିଆ ଧାରି ରାଜୀବ ଲୋଚନ ଭୋଇ, ଡାଙ୍ଗୀଆ ଧାରୀ ଜୟକୃଷ୍ଣ ଭୋଇ, ଗ୍ରାମର ବରିଷ୍ଠ ବ୍ୟକ୍ତି ଡିଙ୍ଗର ଭୋଇ, ଅଙ୍ଗଦ ଭୋଇ, ମହେଶ୍ୱର ଭୋଇ, ଧନେଶ୍ଵର ଭୋଇ, ବାସୁଦେବ ଭୋଇ, ଶ୍ରୀଚନ୍ଦ୍ର ଭୋଇ, ପିଅନ ଭୋଇ, କନ୍ଧ ଭୋଇ, ଧନେଶ୍ଵର ଭୋଇ, ଖେଡୁ ଭୋଇ, ଶ୍ରୀକର ଭୋଇ, ଅଭି ମାଝୀ, ଧୁମାପାଲି ର ସାନ ଗନ୍ତିଆ ସୁରୁ ଭୋଇ, ଝାର ସମରା ର ପୁଝାରୀ ଅନିଲ ଭୋଇ,ନୂଆପଡ଼ା ପୂଜାରୀ ସୁବାଷ ଭୋଇ, ନାରଦ ଭୋଇ, ଧବଳେଶ୍ଵର ଭୋଇ, ଶିବ ବଗର୍ତ୍ତୀ, ବେଲଧର ବଗର୍ତ୍ତୀ, ଦେବରାଜ ଭୋଇ ତଥା ସମସ୍ତ ଯୁବଗୋଷ୍ଠୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.