ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ-୨୦୨୫

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ବିଶ୍ବବିଦ୍ୟାଳୟରେ, ଜାନୁଆରୀ ୮ ରୁ ୧୦ ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଛି ୧୮ ତମ ‘ପ୍ରବାସୀ ଭାରତୀୟ ଦିବସ-୨୦୨୫’ । ଉଚ୍ଚଶିକ୍ଷା ବିଭାଗର ସାମ୍ପ୍ରତିକ ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର, ଭାରତ ସରକାରଙ୍କ ସହଯୋଗରେ ଏବଂ ଜନ ଭାଗିଦାରୀ ଢ଼ଙ୍ଗରେ ମାରାଥନ୍, ୱାକାଥନ୍ ଏବଂ ସାଇକ୍ଲୋଥନ୍ ସହିତ ପ୍ରବନ୍ଧ, ବିତର୍କ ଏବଂ କୁଇଜ୍ ପ୍ରତିଯୋଗିତାମାନ ଆୟୋଜିତ କରାଯିବାର କାର୍ଯ୍ୟକ୍ରମ ରହିଛି। ସଚେତନତା ସୃଷ୍ଟି କରିବା ଏବଂ ଭାରତୀୟ ପ୍ରବାସୀଙ୍କ ଅବଦାନକୁ ଆଲୋକିତ କରିବା, ସମ୍ମାନ ଦେବା ଓ ସଂଗଠିତ କରିବା ପାଇଁ ଏକତ୍ରିତ ହେବାର ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Omkar Vasthu
Omkar Vasthu

ଭାରତର ବିକାଶରେ ବିଦେଶୀ ଭାରତୀୟ ସମ୍ପ୍ରଦାୟର ସାମଗ୍ରିକ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଇଥାଏ। ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଦ୍ବାରା ସଂଗଠିତ ହୋଇଛି ଏବଂ ଭାରତୀୟ ପ୍ରବାସୀଙ୍କ ସହିତ ଯୋଡିହେବା ତଥା ସେମାନଙ୍କର ସଫଳତାକୁ ସ୍ୱୀକାର କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରୁଛି । ଭାରତର ସ୍ୱାଧୀନତା ସଂଗ୍ରାମର ଏକ ପ୍ରମୁଖ ମୁହୂର୍ତ୍ତରେ ଜାନୁଆରୀ ୯, ୧୯୧୫ ରେ ମହାତ୍ମା ଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ସ୍ମୃତି ଉଦ୍ଦେଶ୍ୟରେ ଏହି ତାରିଖକୁ ମନୋନୀତ କରାଯାଇଥିଲା । ୧୮ ତମ ପ୍ରବାସୀ ଭାରତୀୟ ଦିବସ ୨୦୨୫ ର ବିଷୟବସ୍ତୁ ହେଉଛି “ଏକ ବିକାଶିତ ଭାରତକୁ ପ୍ରବାସୀଙ୍କ ଅବଦାନ”। ଭାରତୀୟ ପ୍ରବାସୀଙ୍କ ଅବଦାନକୁ ଗ୍ରହଣ କରିବା ଏବଂ ବିକଶିତ ଭାରତର ଲକ୍ଷ୍ଯ ପଥରେ ଅଗ୍ରସର ହୋଇ ଏହି ଦିବସର ସଫଳ ରୂପାୟନ କରିବା ପାଇଁ ବିଶ୍ବବିଦ୍ୟାଳୟର ଏହି ଉଦ୍ୟମରେ ସମସ୍ତଙ୍କ ଯୋଗଦାନ ମହତ୍ବପୂର୍ଣ୍ଣ । ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ଭାବେ ଅରୁଣ କୁମାର ନାୟକ ଦାୟିତ୍ବ ନିର୍ବାହ କରିବେ । ଡ଼କ୍ଟର ଦୀପଙ୍କର ଜେନା, ଡ଼କ୍ଟର ବିଶ୍ବଜିତ ପରିଡ଼ା, ଅଭୟ କୁମାର ନାୟକ, ଚିନ୍ମୟ କୁମାର ଦାସ, ଡ଼କ୍ଟର ଜୟକୃଷ୍ଣ ଦାସ, ଉଜ୍ଜ୍ବଳ ଦାସ, ଭବାନୀ ଶଙ୍କର ଜେନା ପ୍ରମୁଖଙ୍କୁ ସଂଚାଳନା ଦାୟିତ୍ବ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତେ ଅଂଶଗ୍ରହଣ କରି ସଫଳ କରିବାନେଇ ବିଶ୍ୱବିଦ୍ୟାଳୟ ତରଫରୁ ନିବେଦନ ଓ ଅଭିନନ୍ଦନ ଜଣାଇ ଦିଆଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.