କ୍ରାନ୍ତିକାରୀ ସ୍ରଷ୍ଟା ରଘୁନାଥ ଦାସ ଥିଲେ ଜଣେ ନିରବ ତପସ୍ଵୀ

ଅନୁଷ୍ଠିତ ହେଲା କବି ରଘୁନାଥ ଦାସ (ଜଟାୟୁ)ଙ୍କ ସ୍ମୃତି ସନ୍ଧ୍ୟା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ ପ୍ରଗତିବାଦୀ କବି ରଘୁନାଥ ଦାସ (ଜଟାୟୁ)ଙ୍କ ସ୍ମୃତି ସନ୍ଧ୍ୟା ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ, କଟକ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଇ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ସଦାଶିବ ଦାଶ କହିଥିଲେ ଯେ, କ୍ରାନ୍ତିକାରୀ ସ୍ରଷ୍ଟାମାନଙ୍କର ଅଗ୍ନିବର୍ଷୀ ଲେଖାକୁ ଆଧାର କରି ସମାଜରେ କ୍ରାନ୍ତି ଆସେ। ସେଇପରି ଜଣେ କ୍ରାନ୍ତିକାରୀ ସ୍ରଷ୍ଟା ରଘୁନାଥ ଦାସ(ଜଟାୟୁ) ଥିଲେ, ନିରବ ତପସ୍ଵୀ। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଅଜୟ କୁମାର ପଟ୍ଟନାୟକ କବି ଶ୍ରୀ ଦାସଙ୍କ ଜୀବନଦର୍ଶନ ଓ ଜୀବନଚର୍ଯ୍ୟାକୁ ଉପସ୍ଥାପନା କରିଥିଲେ।

Omkar Vasthu
Omkar Vasthu

ଉତ୍ସବରେ କବି ରଘୁନାଥ ଦାସ(ଜଟାୟୁ)ଙ୍କ ସ୍ମୃତିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ପ୍ରଥମ,ଦ୍ଵିତୀୟ,ତୃତୀୟ ହୋଇଥିବା ସ୍ମରଣିକା ମହାରଣା, ପ୍ରସନ୍ନ କୁମାର ପଣ୍ଡା ଓ ରୋଚନ ସାଇନାଥ ସାହୁଙ୍କୁ ପୁରସ୍କୃତ କରାଯାଇଥିବା ବେଳେ କବିତା ଆବୃତ୍ତି ପ୍ରତିଯୋଗିତାରେ ସୁଶ୍ରୀ ଅନନ୍ୟା ରାଉତ, ଅନୁସୟା ବେହେରା, ସ୍ୱାତିଶ୍ରୀ ପାଣିଗ୍ରାହୀଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବରେ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଦିଲୀପ କୁମାର ଦାସ, ସ୍ୱାଗତ ଭାଷଣ ଉପସଭାପତି ମନୋଜ ପଟ୍ଟନାୟକ, ଅତିଥି ପରିଚୟ, ସଂଗଠନ ସମ୍ପାଦକ ଡକ୍ଟର ସୁନାମଣୀ ରାଉତ, କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ଓ ପୁରସ୍କାର ସୂଚନା ପ୍ରଦାନ କରିଥିଲେ କାର୍ଯ୍ୟ ନିର୍ବାହିକା ସମିତି ସଭ୍ୟ, ସରୋଜିନୀ ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ ପାଠାଗାର ସମ୍ପାଦକ, ବ୍ରହ୍ମାନନ୍ଦ ବିଶ୍ୱାଳ, କୋଷାଧ୍ୟକ୍ଷ ଶିବାଶିଷ କର, କାର୍ଯ୍ୟନିର୍ବାହୀକା ସମିତି ସଭ୍ୟ ରାଧାଶ୍ୟାମ ରାଉଳ, ଶଶିକାନ୍ତ ରାଉତ, ବ୍ରହ୍ମାନନ୍ଦ ମହାନ୍ତି, ମୁରଲୀଧର ଶତପଥୀ, ତପନ କୁମାର ସ୍ୱାଇଁ ସମେତ ବହୁ ସାରସ୍ୱତ ସାଧକ ଉତ୍ସବରେ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.