ଟିଟିଲାଗଡ଼ ସଂକୁଳର ବାର୍ଷିକ କ୍ରୀଡ଼ା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବଡ଼ମାଳ ଠାରେ ଟିଟିଲାଗଡ଼ ସଂକୁଳର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇ ଯାଇଅଛି । ଏହାର ଉଦ୍ଘାଟନ ସମାରୋହରେ ସ୍ଥାନୀୟ ବିଦ୍ୟାଳୟର ସଭାପତି ବିଦୁର ରାମ ନାଗ ମୁଖ୍ୟଅତିଥି ଭାବେ ଏବଂ ଫିରୋଜ କୁମାର ବଗର୍ତ୍ତୀ, ନିରଞ୍ଜନ ଘିଭେଲା, ହରେକୃଷ୍ଣ ବଗର୍ତ୍ତୀ, ବବିତା ସାହୁ, ସସ୍ମିତା ସାଏ, ଦୁର୍ଯ୍ୟୋଧନ ସ୍ୱାଇଁ, ଶତ୍ରୁଘନ ସେଲମା, ମାଳଗୋବିନ୍ଦ ବଗର୍ତ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ଟିଟିଲାଗଡ଼ ସଙ୍କୁଳ ଅନ୍ତର୍ଗତ ଆଠଟି ବିଦ୍ୟାଳୟ ରୁ ମୋଟ୍ ୧୩୪ ଜଣ ଛାତ୍ର ଛାତ୍ରୀ ଭିନ୍ନ ଭିନ୍ନ ୫୨ଟି ଖେଳରେ ଅଂଶଗ୍ରହଣ କରି ନିଜ ନିଜ କ୍ରୀଡ଼ା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ ।

 

ସଂକୁଳ ସଂଯୋଜକ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଟିଟିଲାଗଡ଼ ସଂକୁଳର ଶାରୀରିକ ପ୍ରମୁଖ ଚୁଡାମଣି ମହାଲିଙ୍ଗ ଏବଂ ଖେଳକୁଦ ପ୍ରମୁଖ ଚିନ୍ତାମଣି ଯୋଶୀ ତଥା ସମସ୍ତ ବିଦ୍ୟାଳୟର ଶାରୀରିକ ପ୍ରମୁଖ ମାନେ ସମସ୍ତ ଖେଳ ପରିଚାଳନା କରିଥିଲେ । ଏହି ଅବସରରେ ଖୋଲାଣ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ପଣ୍ଡା, ସିନ୍ଧେକେଲା ପ୍ରଧାନ ଆଚାର୍ଯ୍ୟ ବିଷ୍ଣୁପ୍ରସାଦ ପୂଝାରୀ, ମୁରିବାହାଲ ପ୍ରଧାନ ଆଚାର୍ଯ୍ୟ ସୁମନାନନ୍ଦ ଖମାରୀ, କୁର୍ ସୁଡ୍ ପ୍ରଧାନ ଆଚାର୍ଯ୍ୟ ତ୍ରିନାଥ ନାଗ ଉପସ୍ଥିତ ଥିଲେ । ଏହାର ସମାପନ ସମାରୋହରେ ଶିଶୁ ପ୍ରେମୀ ଶିବରାମ ସାହୁ ମୁଖ୍ୟ ଅତିଥି ଭାବେ ଏବଂ ସଂକୁଳ ପ୍ରମୁଖ ସଂଜୀବ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ ପୂର୍ବକ କ୍ରୀଡ଼ାର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ ।

ଉଭୟ କାର୍ଯ୍ୟକ୍ରମ ରେ ସଂକୁଳ ସଂଯୋଜକ ଶ୍ୟାମ ସୁନ୍ଦର ମହାପାତ୍ର ସଭାପତିତ୍ୱ କରିଥିଲେ ଏବଂ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ୧୧ବର୍ଷରୁ ତଳ ଗୃପରେ ସୋମ ପ୍ରସାଦ ବେହେରା ଓ ତନିସା ସାହୁ, ୧୪ବର୍ଷରୁ ତଳ ଗୃପରେ ସୋମ କ୍ଷେତୀ ଓ ବର୍ଷାରାଣୀ ବେହେରା, ୧୭ବର୍ଷରୁ ତଳ ଗୃପରେ ନରେନ୍ଦ୍ର ଭୋଇ ଓ ଚର୍ଚ୍ଚିତା ନାଗ ଚାମ୍ପିଅନ୍ ହୋଇଥିଲେ । କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବାରେ ସ୍ଥାନୀୟ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା, ବାହନ ଚାଳକ ତଥା ପରିଚାଳନା ସମିତି ର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.