ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅଧିନସ୍ଥ ବାଲିପଡା ସୋମବାର ସାପ୍ତାହିକ ହାଟରୁ ଗୋରୁ ବୋଝେଇ କରି ନେଉଥିବା ବେଳେ ଆରଟିଓ ଟ୍ରାଫିକ ଇନ୍ସପେକ୍ଟର ମିଥୁନ ପ୍ରଧାନ ଓ ତାଙ୍କ ଟିମ ଦୁଇ ପିକଅପ ଭ୍ୟାନ ନଂ ଓଡ଼ି ୦୮ ଭି ୪୦୭୬ ଏଵଂ ଓଡି ୧୮ ଏମ ୩୭୭୨ କୁ ନର୍ଲା ଥାନା ଷ୍ଟାଫଙ୍କ ସହାୟତାରେ ଜବତ କରି ନର୍ଲା ଥାନାକୁ ନେଇ ଆସିଥିଲେ। ଦୁଇ ଗୋଟି ପିକଅପ ଭ୍ୟାନରେ ୧୦ରୁ ଉର୍ଦ୍ଧ୍ବ ସଂଖ୍ୟକ ଲେଖାଏଁ ଗୋରୁ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। ମାଲ ବୋଝେଇ କରିବା ପିକଅପ ଭ୍ୟାନରେ ଗୋରୁ ବୋଝେଇ ଭଳି କାମ ବେଆଇନ ଅଟେ ଏଣୁ ଦୁଇଗୋଟି ଗୋରୁ ବୋଝେଇ ଗାଡିକୁ ଜବତ କରାଯାଇ ୨୭,୦୦୦ ଲେଖାଏଁ ଜୋରିମାନା କରାଯାଇଛି ବୋଲି ଟ୍ରାଫିକ ଇନ୍ସପେକ୍ଟର ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।