ଭାନପୁର ଗ୍ରାମ ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୫ ଅନୁଷ୍ଠିତ

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଜାନୁୟାରି ୧୪ ରୁ ୧୭ ପର୍ଯ୍ୟନ୍ତ ଚାଲିବାକୁ ରହିଥିବା ବେଳେ ନର୍ଲାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୫ ଜାନୁୟାରୀ ୧୧ ରେ ଅନୁଷ୍ଠିତ ହେବ ବୋଲି ସ୍ଥିରିକୃତ ହୋଇସାରିଛି । ଏହି କ୍ରମରେ ଗତ ମଙ୍ଗଲବାର ୭/୧ ରୁ ନର୍ଲା ବ୍ଲକ ଅଧିନସ୍ଥ ଗ୍ରାମ ପଞ୍ଚାୟତ ଗୁଡିକରେ ଆରମ୍ଭ ହୋଇଯାଇଛି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବଘୁମୁରା – ୨୦୨୫ । ଗତ ମଙ୍ଗଳବାର ପ୍ରଥମ କରି ନର୍ଲା ବ୍ଲକ ଅଧିନସ୍ଥ କର୍ମେଗାଁ ଓ ରାକ୍ସୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ।

Omkar Vasthu
Omkar Vasthu

ଗତକାଲି ବୁଧବାର ନର୍ଲା ବ୍ଲକ ଅଧିନସ୍ଥ ୨୦ ଗୋଟି ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୫ । ଆଜି ବାକି ରହିଥିବା ୪ ଗୋଟି ଗ୍ରାମ ପଞ୍ଚାୟତ ଗାଡେବନ୍ଧ, ରୁପ୍ରା, ରୁପ୍ରାରୋଡ, ତୁଳାପଡାରେ ଅନୁଷ୍ଠିତ ହେଉଛି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୫ । ଏହି କ୍ରମରେ ବୁଧବାର ଭାନପୁର ଗ୍ରାମ ପଞ୍ଚାୟତରେ ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଘୁମୁରା ଉତ୍ସବ । ଏଥିରେ ପର୍ଯ୍ୟବେକ୍ଷକ ଭାବରେ ନର୍ଲା ବ୍ଲକ ଓଏଲଏମ ସଂଯୋଜକ ସନତ କୁମାର ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏଥିରେ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ପୂର୍ବତନ ସମିତି ସଦସ୍ୟ ଋଷି ନାଗ, ଭାନପୁର ନାଏବ ସରପଞ୍ଚ ରଞ୍ଜିତା ମାଝୀ, ସମିତି ସଦସ୍ୟ ତୁଳସା ମାଝୀ, ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହି କଳାହାଣ୍ଡି ଉତ୍ସବ ଓ ଏହାର ତାତ୍ପର୍ଯ୍ୟ ବିଷୟରେ ମାର୍ଗ ଦର୍ଶନ ଦେଇଥିଲେ । ଇତ୍ୟବସରରେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଏମବିକେ ସସ୍ମୀତା ଖାଡଙ୍ଗା ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଭାନପୁର ହାଇସ୍କୁଲର ବରିଷ୍ଠ ଶିକ୍ଷକ ସଞ୍ଜୟ ଦାସ ଓ ଧୃବ ନାଗ ମଞ୍ଚ ପରିଚାଳନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଡିଇଓ ଝାନସୀ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତ କର୍ମଚାରୀ ଶମ୍ଭୁ ହାତୀ, ରଘୁନାଥ ଭୋଇ ଶିକ୍ଷକ ରଞ୍ଜନ ସ୍ୱାଇଁ, ରବିନ୍ଦ୍ର ବ୍ରହ୍ମା, ନରେନ୍ଦ୍ର ସାହୁ ତଥା ଭାନପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ୱାର୍ଡ ସଭ୍ୟ/ସଭ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଇତ୍ୟବସରରେ ମହିଳା ମାନଙ୍କୁ ନେଇ ଶଙ୍ଖଫୁଙ୍କା, କେଶ ସଜ୍ଜା, ଫୁଲତୋଡା ତିଆରି, ଝୋଟି ଓ ହୁଳହୁଳି ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଂଗୀତ, ବକ୍ତୃତା ଭଳି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚରେ ପୁରସ୍କାର ପ୍ରଦାନ କରାଯାଇଥିଲା । ମଧ୍ୟହ୍ନ ଭୋଜନ ପରେ ଦ୍ୱତୀୟ ଅଧିବେସନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବିଦ୍ୟାଳୟ ଗୋଟିଏ ଲେଖାଏଁ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଭାର ସଭାପତି ସରପଞ୍ଚ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.