ଇଟା କାଣା ହେଇଗଲାରେ ସଜନୀ କାଣା ହେଇଗଲା
ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୁବର୍ଣ୍ଣପୁର ଲୋକ ମହୋତ୍ସବ-୨୦୨୫ ଆରମ୍ଭ ହୋଇଯାଇଛି। ହେଲେ ମହୋତ୍ସବ ପଲ୍ଲୀଶ୍ରୀ ମେଳାରେ କେତେ ସଂଖ୍ୟାରେ ଲୋକ ଆଉ ସାଂସ୍କୃତିକ ମଞ୍ଚ ସମ୍ବୁଖରେ କେତେ ଦର୍ଶକ ତାହା ସମସ୍ତେ ଜାଣନ୍ତି। ରାଜ୍ୟ ସରକାରଙ୍କ ଜଣେ ପାୱାର ଫୁଲ୍ ଡେପୁଟି ସିଏମ, ଜଣେ ମନ୍ତ୍ରୀ, ଜଣେ ବିଧାୟକଙ୍କ ଅଭିଭାଷଣ ଶୁଣିବା ବେଳେ ହାତ ଗଣତି କିଛି ଦର୍ଶକ ଓ କିଛି ବୁଦ୍ଧିଜୀବୀ ଉପସ୍ଥିତ ଥିବା ଦେଖାଯାଇଥିଲା। ଏହା ଅତିଥି ଅଭ୍ୟାଗତଙ୍କ ପାଇଁ ଅସମ୍ମାନ ବୋଲି ଭିତରେ ଭିତରେ ଚର୍ଚ୍ଚା ଜୋର୍ ଧରିଥିଲା। ସେପଟେ କିଛି ଦିନ ହେଲା ପ୍ରବଳ ଥଣ୍ଡା ଦର୍ଶକ ବା କେମିତି ରହିବେ ପ୍ରବଳ ଥଣ୍ଡାରେ ଖୋଲା ଆକାଶ ତଳେ। ଏଥର ପ୍ରଥମ ଥର ଅତିଥି, ପ୍ରେସ, ବରିଷ୍ଠ ନାଗରିକ, ଦର୍ଶକ ଓ ସବୁ ଗ୍ୟାଲେରୀ ଉପରେ ଶେଡ ଟିଏ ବ୍ୟବସ୍ଥା ହୋଇନି। ପୁରା ଖୋଲା ଆକାଶ। ହଁ ଆମ ଏଥର ର ଜିଲ୍ଲାପାଳ ଓ ମହୋତ୍ସବର ମୁଖ୍ୟ ଆୟୋଜକ ବରିଷ୍ଠ ଅଫିସର୍ ଶ୍ରୀ ଅଶ୍ୱିନୀ ମେହେର ସାର୍ ଙ୍କ ଦିଲ୍ ଖୋଲା। ୫ଟି କାମରୁ ଆଜି ଯାଏ ଯାହା କରନ୍ତି ସବୁ ଓପନ୍ ଲୁଚାଛପା ନାହିଁ। ଏ କଥାବି କାହାକୁ ଅଛପା ନାହିଁ। ଆମ ଇଚ୍ଛା ଆମେ କରିବୁନି। ମଞ୍ଚ ଆଗରେ ଦର୍ଶକଙ୍କ ପାଇଁ ଗୋଟେ ସେଡ୍ କରିବାକୁ କେବେ ବି ଟଙ୍କାର ଅଭାବ ରହୁ ନ ଥିଲା। ଏ ବର୍ଷ ଟଙ୍କା ସବୁ କୁଆଡେ ଗଲା। ସରକାରୀ ବେସରକାରୀ ଯେଉଁ ସଂସ୍ଥାକୁ ପଚାରିଲେ ସାର୍ ସବୁ ବର୍ଷ ଠାରୁ ଏ ବର୍ଷ ମହୋତ୍ସବକୁ ଚାନ୍ଦା ଅଧିକ ଦେଇଛୁ, ଆପଣଙ୍କ ଖବର କାଗଜକୁ ବିଭାଗୀୟ ବିଜ୍ଞାପନ ଆଉ ଦେବା ସମ୍ଭବ ନୁହେଁ ବୋଲି ସାମ୍ୱାଦିକଙ୍କୁ ଗୋପନରେ କହୁଛନ୍ତି। ସବୁ ଇଭେଣ୍ଟରେ ଖର୍ଚ୍ଚ କାଟ ପଇସା ନାହିଁ ପଇସା ନାହିଁ ପ୍ରକୃତ ରେ ଅର୍ଥ ଗଲା କୁଆଡେ଼? ଏହା ସାର୍ବଜନୀନ କରାଯାଉ। ଏ ପଟେ ପୁଣି କୋରୋନା ଭଳି ଏଚଏମଭିପି ଭୁତାଣୁ ପାଇଁ କେନ୍ଦ୍ର ସରକାର କଡା ନିୟମ ଓ ସତର୍କତା କଲେଣି। ଏମିତି ଦେଖିଲେ ଏହି ନିୟମକୁ ମଧ୍ଯ ପୁରା ଉଲଂଘନ କରିଛି ଏଠିକାର ପ୍ରଶାସନ। ଲୋକ ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁନ୍ଦର ଓ ସଫଳ କରିବା ପାଇଁ ବରିଷ୍ଠ କଲ୍ଚରାଲ କୋଡ଼ିନେଟରଙ୍କ ପରାମର୍ଶକୁ ବେଖାତିର କରିବା ଓ ଲୋକ ମହୋତ୍ସବରେ ଲୋକ ମାନଙ୍କୁ ସାମିଲ୍ କରୁ ନ ଥିବା ଦୁଃଖର ବିଷୟ ଅଟେ। ସତେ ଯେମିତି ଅଫିସର୍ ମହୋତ୍ସବ ପରି ଜଣାପଡ଼ିଛି ଏଥର। ପ୍ରଥମ ଦିନ ପ୍ରେସ ଗ୍ୟାଲେରୀକୁ ଚା ଆସିଲା ପୁଣି ଥଣ୍ଡା ଚା, ପାଣି ମାଗିବାରୁ ସାର୍ ପାଣି ବୋଟଲ ସଟେଜ୍ ବୋଲି ଉତ୍ତର ଆସିଲା ଭିତରୁ। ଥଣ୍ଡା ଚା କୁ ପାଣି ଭାବି ହସି ହସି ଢ଼ୋକି ଦେଲୁ। ପ୍ରେସ କଥା ଛାଡନ୍ତୁ ଆମେ ତ ସ୍ଥାନୀୟ ଲୋକ ହେଲେ ଯେଉଁ ରାଜ୍ୟ ବାହାରୁ କଳାକାର ଅତିଥି ଆସିଛନ୍ତି ତାଙ୍କୁ ଖାଇବାରେ ଏତେ ପାତର ଅନ୍ତର କାହିଁକି? ଗତକାଲି କେଟ୍ରିନ ଡିନରରେ ଭେଜ୍ ବ୍ୟବସ୍ଥା ଥିବାବେଳେ ଓ ଆମ ଆଦର୍ଶ ସ୍କୁଲ୍ ର କଳାକାର ମାନେ ଡାଲି ଭାତ ଖଟା ଖାଉଥିବା ବେଳେ ଆସାମ ବିହୁ କଳାକାର କିନ୍ତୁ ଓପନ୍ ଲି ଚିକେନ ପ୍ୟାକେଟ ଫାଡ଼ି ଆଦର୍ଶ ସ୍କୁଲ୍ ସବୁ ଛୁଆଙ୍କ ଆଗରେ ଖାଇବା ଦୃଶ୍ୟ ଉପସ୍ଥିତ ଅନ୍ୟ ଟ୍ରୁପ କଳାକାର, ବୁଦ୍ଧିଜୀବୀ ଓ କିଛି ସାମ୍ୱାଦିକଙ୍କୁ ହଟ କରିଥିଲା। ଆମେ କ୍ୟଟ୍ରିନ କୁ ପଚାରି ବାରୁ ସେମାନେ ଜାଣି ନି ଏକଥା କହିଲେ। ଅନ୍ୟ ଛୁଆ ବା କଳାକାରଙ୍କ ଆଗରେ ଚିକେନ ଖାଇବା, ପାତର ଅନ୍ତର ଏ ସବୁ ତ ଠିକ ହେଲାନି। ଯଦି ବାହାରୁ ନନ୍ ଭେଜ କିଣି ଆଣିଛନ୍ତି ଆସାମ କଳାକାର ତ ଜିଲ୍ଲା ପାଇଁ ଏହା ଆହୁରି ନିନ୍ଦା ଓ ଅପମାନର ବିଷୟ ଉତ୍ତର ଦେବେ କି ଆୟୋଜକ? ଆହୁରି ରୋଚକ କଥା ଅଛି ଆଜ୍ଞା ମାନେ, ଏ ପଟେ ଅଫିସର୍, ଭିଭିଆଇପିଙ୍କୁ ଷ୍ଟାଣ୍ଡାର୍ଡ କ୍ୟଟ୍ରିନ ଦ୍ବାରା ଆସୁଥିଲା ଥରକୁ ଥର ଗରମ ଚା ଓ ସୂପ, ଭେଳିକି ଭେଳି ଖାଦ୍ୟ ଆଉ ବୁଦ୍ଧିଜୀବୀ, କଳାକାର, ସାମ୍ୱାଦିକ ଓ ବରିଷ୍ଠ ନାଗରିକଙ୍କୁ ପ୍ରବଳ ଥଣ୍ଡାରେ ଭିନ୍ନ କ୍ୟଟେରିନ୍ ରୁ ଥଣ୍ଡା ଚା ଟିକେ ଦେଇ ପ୍ରଶାସନ କରାଇଲା ପାର୍ଟି ଚୁପ୍। ଆହୁରି ଆଶ୍ଚର୍ଯ୍ୟ କଥା ଆଜ୍ଞା, ଗତକାଲି କୌଣସି ଅଫିସର୍, ସରକାରି ଅଧିକାରୀ କର୍ମଚାରୀଙ୍କୁ ଡିନର ବେଳେ କ୍ୟାଟ୍ରିନରେ ଦେଖା ମିଳିଲାନି ତ ଆମେ ଭାବିଲୁ ଯାତ୍ରା ସଫଳତା ପାଇଁ ସାହେବ ମାନଙ୍କ ଉପବାସ ବୋଧେ। କିନ୍ତୁ ଅସଲି କଥା ପୁରା ସିରିଅସ ଶୁଣିଲୁ, ସାର୍ ଓ ଅନେକ କର୍ମଚାରୀ ମାନେ ଭିଭିଆଇପି ଜାଗା ସର୍କିଟ ହାଉସରୁ ରାତ୍ରି ଭୋଜନ କରିଥିବା ଶୁଣିଲୁ। ହଁ ଭାଈ ଅଫିସର୍ ଉତ୍ସବ ଯାହା କରୁଛ କର। ହଁ ଆଜ୍ଞା ଏଥର ୨/୩ ଶହ ଏଭେଲେବୁଲ ଷ୍ଟଲ୍ ଖୋଲିଛି ବୋଲି ଓର୍ମାସ ବାହା ବାହା ନେଉଥିବା ବେଳେ ଅନେକ ସ୍ଥାନୀୟ ବ୍ୟବସାୟୀଙ୍କୁ ଷ୍ଟଲ୍ ମିଳି ନ ଥିବା ଅଭିଯୋଗ ମିଳିଛି। ସେପଟେ ଚାଟ ବିକାଳି ଙ୍କୁ ୧୦ ହଜାର କଥା ଶୁଣି ସେମାନେ ବାହାର ରାସ୍ତା କଡକୁ ବିକଳରେ ଚାଲି ଆସିଲେ। ପ୍ରଥମ ଦିନ କିନ୍ତୁ ଅନେକ ଷ୍ଟଲରେ ନମ୍ୱର୍ ପଡ଼ି ନ ଥିବା ଦେଖା ଦେଇଛି ଏଥିରେ ରହସ୍ୟ କଣ ? ଜିଲ୍ଲା ମହୋତ୍ସବର ସ୍ମରଣିକା ଉନ୍ମୋଚନ ହେଲା ହେଲେ ନା ପ୍ରେସ, ନା ବୁଦ୍ଧିଜୀବି, ନା ପାଠକ ନା ବରିଷ୍ଠ ନାଗରିକଙ୍କ ପାଖକୁ ବହି ଖଣ୍ଡେ ଆସିଲା। ସେ ଯାହା ହେଉ ଆମ ମେହେର ସାର୍ କିନ୍ତୁ ସବୁବେଳେ ଖୁସି ଭଲ ସ୍ମାଇଲ ଦିଅନ୍ତି। କାର୍ଯ୍ଯରେ ବି ଦକ୍ଷତା ଅଛି ନା ଆଉ କଣ ଏମିତି ଭାବୁଛ କି। ଏଥର ସାର୍ କିନ୍ତୁ ଫୁଡ୍ ଷ୍ଟଲ୍ ସବୁ ଅଲଗା କରି ସୁନ୍ଦର୍ ଆୟୋଜନ କରିଛନ୍ତି। ହାତ ଧୋଇବାକୁ ବେଶିନ କିନ୍ତୁ ଦୁଇଟା ଜାଗାରେ ଦେଇଥିଲେ ଆଉ ଟିକେ ସୁନ୍ଦର ହେଇଥାନ୍ତା ଯାହା ଦେଖିଲୁ କହିଲୁ ଖରାପ ଭାବିବେ ନି ସାର୍। ଆଉ କିଛି ଜେସିପି ଲଗାଇ ଦେଇ ପଡ଼ିଆ ମାଟିକୁ ଲେବେଲ୍ କରିଥିଲେ ଲୋକଙ୍କୁ ବ୍ରେକ ଡ୍ୟାନ୍ସ ଦେବାକୁ ପଡ଼ି ନ ଥାନ୍ତା। ଖାଲଢିପରେ ହିଟି ହାବୁଡି ପଡ଼ି ନ ଥାନ୍ତେ। ହଁ ଆଜ୍ଞା ଆମ ଜିଲ୍ଲାର ପ୍ରଶାସନ ମୁଖ୍ୟ ଜିଲ୍ଲାପାଳ ମାଡ଼ାମ୍ ତ ଷ୍ଟେଜ ଉପରେ ଆଗରେ ସବୁଠି ଦେଖାଯାଉଥିଲ, ହେଲେ ଆମ ପୋଲିସ ମୁଖ୍ୟ ଏସପି ଙ୍କୁ ତ ଆମେ କେହି ଦେଖା ପାଇଲୁ ନାହିଁ ଆଶ୍ଚର୍ଯ୍ୟ। ତାଙ୍କୁ କମ୍ ସେ କମ୍ ଷ୍ଟେଜ ଆଗରେ ସମ୍ମାନ ର ସହ ବସିବାକୁ ଦେବା ଉଚିତ ଥିଲା। ହଁ ଆଜ୍ଞା ସବୁଠୁ ରୋଚକ ଥିଲା ସଭା ମଞ୍ଚ ର କିଛି କଥା କିଛି ବ୍ୟଥା। ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଭାଷଣରେ ଇନପୁଟ ସବସିଡି କଥାର କିଛି ତ୍ରୁଟି ଦର୍ଶାଇ ଇନପୁଟ ସବ୍ସିଡି ଜାଗାରେ ଚାଷୀଙ୍କୁ ଅଧିକ ଇନପୁଟ ଆସିଷ୍ଟାନ୍ସ ଦିଆଯାଇଛି ବୋଲି ଉପ ମୂଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ କ୍ଲିଅର ଭାବେ ବୁଝାଇଥିଲେ। ଭୁଲ ଚୁକ୍ ସମସ୍ତଙ୍କର ଅଛି ଭାଈ କେତେ ଉଦାର ଦେଖ ଉପ ମୂଖ୍ୟମନ୍ତ୍ରୀ ଓ ଲୋକଙ୍କ ନୂଆଁ ସରକାର୍। ହେଲେ ଜାଣି ଶୁଣି ଖର୍ଚ୍ଚ କାଟ କରି ଜିଲ୍ଲା ମହୋତ୍ସବରେ ଏତେ ଗୁଲୁଗୁଲା କାହିଁ। ମହିଳା ଓ ପୁରୁଷ ମାନଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଭିତରେ କିଟି କିଟି ଅନ୍ଧାର ଘୋର ଅବ୍ୟବସ୍ଥା। ପୁଣି ଆଜି ଯିବା ଦେଖିବା ପାଇଁ ସେଠି କିଛି କଥା ଶୁଣିବା ଜାଣିବା ଆଜ୍ଞା ମାନଙ୍କ ଠାରୁ ଅନେକ କିଛି ଅଭିଜ୍ଞତା ହାସଲ କରିବା।