‘ସାମଗ୍ରିକ ବିକାଶ ପାଇଁ କ୍ରୀଡ଼ା ଗୁରୁତ୍ୱପୂର୍ଣ୍ଣ’

ବେହେରା ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କ୍ରୀଡା ନେତୃତ୍ୱ ଶିଖାଏ, ଶାରୀରିକ ଓ ମାନସିକ ସୁସ୍ଥତା ସହ ଶୃଙ୍ଖଳା ଓ ଆତ୍ମବିଶ୍ୱାସ ବୃଦ୍ଧି କରେ। ସୁସ୍ଥ ଜୀବନଶୈଳୀ ସହ ସାମଗ୍ରିକ ବିକାଶ ପାଇଁ କ୍ରୀଡ଼ା ଗୁରୁତ୍ୱପୂର୍ଣ୍ଣ, ଯାହା ଏକ ସନ୍ତୁଳିତ ଓ ପରିପୂର୍ଣ୍ଣ ଜୀବନ ଗଠନରେ ଅବଦାନ ରଖେ ବୋଲି ବେହେରା କ୍ରୀଡ଼ା ଉତ୍ସବରେ ମତପ୍ରକାଶ ପାଇଛି।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମୁଖ୍ୟବକ୍ତା ଭାବେ କେସିଙ୍ଗା ମହାବିଦ୍ୟାଳୟ ଅଧ୍ୟାପକ ସୁଶାନ୍ତ ପାଢ଼ୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁନୀଲ ଅଗ୍ରୱାଲ, ଧର୍ମଗଡ଼ ଜୋନ-୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ପ୍ରସାଦ ଜୁଏଡ ପ୍ରମୁଖ ମଞ୍ଚାସୀନ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଅଧ୍ୟାପକ ନିକୁଞ୍ଜ ବିହାରୀ ସାହୁ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟାପକ ମୋହନ ଚରଣ ବିଶି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା, ଫକୀର ନାରାୟଣ ଚଣ୍ଡି, ଅଶୋକ କୁମାର ଚଣ୍ଡି, ସାନୁର୍ଯ୍ୟ ଗୋପାଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.