ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଅପରାହ୍ନରେ ଶ୍ରୀ ରାମେଶ୍ବର ଷ୍ଟାଡିୟମ୍ ଠାରେ ଚାଲିଥିବା ସୁବର୍ଣ୍ଣ ଲୋକ-ମହୋତ୍ସବରେ ଜିଲ୍ଲା ପ୍ରଶାସନ, ପୌର ଓ ବ୍ଲକ ପ୍ରଶାସନ, ସ୍ୱଚ୍ଛ ଭାରତ ସଂଗଠନ ଓ ସୋନପୁର କଲେଜ୍ ଏନସିସିର ମିଳିତ ସହଯୋଗରେ ସ୍ୱଚ୍ଛ ଭାରତ ଅଭିଯାନ ଓ ପଲିଥିନ ମୁକ୍ତ ସଚେତନତା ଅଭିଯାନ ହୋଇଯାଇଛି। ଜିଲ୍ଲାପାଳ ଅନ୍ୟା ଦାସଙ୍କ ପରାମର୍ଶ କ୍ରମେ ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ ଶୁଭ ଉଦ୍ଘାଟନ କରି ସ୍ବେଛାସେବୀଙ୍କ ସହ ନିଜେ ଅଳିଆ ଗୋଟାଇ ସଚେତନ କରିଥିଲେ। ପୌର ପରିଷଦ ଅଧିକାରୀ ତଥା ସୋନପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ବାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ ଭୋଇ, ଏଇଓ ଏଡମିନ ପଲ୍ଲବୀ ରାଣୀ ରାଜ, ଏସଇ ଅଜୟ ସ୍ବାଇଁ, ସୋନପୁର ବିଆରସି ବିବେକା ନନ୍ଦ ପଣ୍ଡା, ତରଭା ବିଆରସି ଆନନ୍ଦ କୁମାର୍ ନାଏକ, ଉଲୁଣ୍ଡା ବିଆରସି ପ୍ରଦୀପ କୁମାର ଭୋଇ, ବିଆରସି ବିଏମପୁର ଖେଳାନିଧି ପଧାନ, ଡିଏସସି ତୁଷାର କାନ୍ତ ସାହୁ, ବଂଶୀଧର୍ ନାଏକ, ଏସଏସ ଉତ୍ତମ କୁମାର ମେହେର, ସ୍ବଚ୍ଛ ଭାରତ ସଂଗଠନ ସଭାପତି ଶୟଦ୍ ଅଲିମୂଲ୍ ଇସଲାମ, ଉପଦେଷ୍ଟା ଗରିବ ଲୋଇ, ଗଣେଶ ମିଶ୍ର, ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ, କୋଡ଼ିନେଟର ମନୋରଂଜନ ତ୍ରୀପାଠୀ, ଲଡ଼ୁ କିଶୋର ମଲ୍ଲିକ, ପ୍ରହଲ୍ଲାଦ ମିଶ୍ର, ତରଣୀ ମେହେର, ରବୀନ୍ଦ୍ର ଜେନା, ଡ଼ା ସରୋଜ ପଟେଲ, ନାରାୟଣ ରଥ, ସୁଶାନ୍ତ ସାହୁ, ଜୟନ୍ତ ବେହେରା, ତିଲୋଚନ ତରିଆ, କଲେଜ ଏନସିସି ଲେଫ୍ଟେନେଣ୍ଟ ଆଶିଷ କୁମାର ଅଗ୍ରୱାଲ, ଏନସିସି କୋଡ଼ିନେଟର ଶ୍ରାବଣୀ ମହାପାତ୍ର, ଓର୍ମାସ୍ କର୍ମଚାରୀ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ବ ସ୍ବେଛାସେବୀ ଯୋଗ ଦେଇ ମହୋତ୍ସବର ଜିଲ୍ଲା ଉନ୍ନୟନ ମେଳା, ପଲ୍ଲୀଶ୍ରୀ ମେଳା, ଫୁଡ୍ ଷ୍ଟଲ୍ ଓ ସମସ୍ତ ଷ୍ଟଲ୍ କୁ ବୁଲି ସ୍ଵଚ୍ଛତା ଅଭିଯାନ, ପଲିଥିନ ମୁକ୍ତ, ସଡ଼କ ସୁରକ୍ଷା, ପରିବେଶ ସୁରକ୍ଷା ଉପରେ ବ୍ୟବସାୟୀ ଓ ସଧାରଣ ଜନତା ଙ୍କୁ ସଚେତନତା କରାଇଥିଲେ। ଅଳିଆ ଆବର୍ଜ୍ଜନା କୁ ଏଣେ ତେଣେ ନ ପକାଇ ଡଷ୍ଟବିନ ବ୍ୟବହାର ପାଇଁ ପରାମର୍ଶ କରି ସ୍ୱଚ୍ଛ ସୁବର୍ଣ୍ଣପୁର, ସୁନ୍ଦର ସୁବର୍ଣ୍ଣପୁର, ଦେଶ କୁ ସ୍ୱଚ୍ଛ ରଖିବା, ସୁସ୍ଥ ରହିବା, ପରିବେଶ ସୁରକ୍ଷା ଜୀବନ ରକ୍ଷା, ସଡକ ସୁରକ୍ଷା ଜୀବନ ରକ୍ଷା ବିଭିନ୍ନ ନାରା ଦେଇ ସଚେତନତା କରିଥିଲେ।






