କଳାହାଣ୍ଡି ଆରଟିଓଙ୍କ ତରଫରୁ ନର୍ଲାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଆରଟିଓ ଆଞ୍ଚଳିକ ପ୍ରାଧିକରଣଙ୍କ ତରଫରୁ ନର୍ଲାରେ ସଡ଼କ ସୁରକ୍ଷା ସଚେତନତା ସାସ କାର୍ଯ୍ୟକ୍ରମ କରାଯାଇଛି। ସକାଳ ୧୦ ଘଣ୍ଟା ସମୟରେ ଆରଟିଓ ଗତିକୃଷ୍ଣ ସାମନ୍ତରାୟଙ୍କ ନେତୃତ୍ଵରେ ଆରଟିଓ ଅଫିସ ଷ୍ଟାଫ ରାସ୍ତା ଉପରେ ଛିଡା ହୋଇ ସମସ୍ତ ବାଇକ ଚାଳକକୁ ହେଲମେଟ ପରିଧାନ କରି ବାଇକ ଚଳେଇବା ପାଇଁ ରୋଡ ନିୟମ ଉଲ୍ଲିଖିତ ଥିବା ଲିଫଲେଟ ସବୁ ବାଣ୍ଟି ଜନ ସଚେତନା ସୃଷ୍ଟି କରି ସଡ଼କ ସୁରକ୍ଷା ଉପରେ ବୁଝାଉଥିଲେ। ଏହାସହ ମଦ ପିଇ ଗାଡ଼ି ନ ଚଲେଇବା ପାଇଁ କାନ୍ଥ ବାଡ଼ରେ ପୋଷ୍ଟର ସବୁ ଲଗାଉଥିବା ଦେଖିବାକୁ ମିଳିଥିଲା। ଅସାବଧାନତା ଯୋଗୁଁ ସଂଘଟିତ ସଡ଼କ ଦୁର୍ଘଟଣା କୁ ରୋକିବା ପାଇଁ ଆମର ପ୍ରୟାସ ଜାରି ରହିଛି। ଜାନୁୟାରୀ ପହିଲାରୁ ମାସ ଶେଷ ଯାଏଁ ଏହା ଚାଲିବ ବୋଲି ଆରଟିଓ ଶ୍ରୀ ସାମନ୍ତରାୟ ତାଙ୍କ ମତାମତ ରେ କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.