କାଲାହୀରାରେ କଳାହାଣ୍ଡି କଳାକାରଙ୍କ କମାଲ୍

ଧନବାଦ,୨୪/୭: ଝାରଖଣ୍ଡର ଧନବାଦଠାରେ ଅଲ୍ ଇଣ୍ଡିଆ ଥିଏଟର୍ କାଉନ୍ସିଲ୍ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ସାଂସ୍କୃତିକ ମହୋତ୍ସବ ‘କାଲାହୀରା-୨୦୧୯’ରେ କଳାହାଣ୍ଡିର ‘ସଂଗମ’ ଅନୁଷ୍ଠାନର କଳାକାରମାନେ ବେଶ୍ ପ୍ରଶଂସିତ ହୋଇଛନ୍ତି । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ‘ସଂଗମ’ ପ୍ରଯୋଜିତ ତଥା ନାଟ୍ୟକାର ରାଜେନ୍ଦ୍ର ପାଢ଼ୀଙ୍କ ରଚିତ-ନିର୍ଦ୍ଦେଶିତ ନାଟକ ‘ଖର୍-ତପ୍’ ସର୍ବାଧିକ ପୁରସ୍କାର ଲାଭ କରିଛି । ତିନିଦିନ ବ୍ୟାପି ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ୨୮ଟି ନାଟକ ମଂଚସ୍ଥ ହୋଇଥିଲା ।

Udyog Nursery
Udyogi Nursery

ଏଥିରେ ‘ଖର୍-ତପ୍’ ଦ୍ୱିତୀୟ ଶ୍ରେଷ୍ଠ ନାଟକ ଭାବେ ପୁରସ୍କୃତ ହୋଇଥିବା ବେଳେ ରାଜେନ୍ଦ୍ର ପାଢ଼ୀ ଶ୍ରେଷ୍ଠ ନିର୍ଦ୍ଦେଶକ ତଥା ଶ୍ରେଷ୍ଠ ଚରିତ୍ର ଅଭିନେତା, ଅନ୍ନପୂର୍ଣ୍ଣା ପଣ୍ଡା ତୃତୀୟ ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ । ସେହିପରି ଶ୍ରେଷ୍ଠ ସଂଗୀତ ପରିଚାଳନା ପାଇଁ ଚକ୍ରଧର ମହାରଣା ଏବଂ ଶ୍ରେଷ୍ଠ ରୂପସଜ୍ଜା-ମଂଚସଜ୍ଜା ପାଇଁ ଯୋଗେନ୍ଦ୍ର ରଣାଙ୍କୁ ପୁରସ୍କୃତ କରାଯାଇଥିଲା ।

ଉକ୍ତ ନାଟକରେ ଶୁଭ୍ରାଂଶୁ ନନ୍ଦ, ସୁଧୀର ଧଙ୍ଗଡ଼ାମାଝୀ, ଡିଲେଶ୍ୱର ରଣା, ଦକ୍ଷ ସାହୁ, ଭୋଳାପ୍ରସାଦ ନାଗ, ଆଶାରାଣୀ ପଣ୍ଡା, ସୁଜାତା ମଲ୍ଲିକ, ଝୁନୁ ମଲ୍ଲିକ, ବିଷ୍ଣୁ ବଇଶାଲ, ଜୟନ୍ତ ଦାସ ପ୍ରମୁଖ ଅଭିନୟ କରିଥିବା ବେଳେ ଉପସ୍ମିତା କରୁଆଁ ଓ ଗୌରୀ ବାଗ ସହଯୋଗ କରିଥିଲେ । ସଂଗୀତରେ ସହଯୋଗ କରିଥିଲେ ଲିପ୍ସା ମହାରଣା, ରାକେଶ ବାଗ, ଶମ୍ଭୁ ହରିଜନ ଓ ଖଗପତି ହରିଜନ ।

‘ସଂଗମ’ର ଏହି ସଫଳତାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି ଯୁବ ଲେଖକ ସମାବେଶ, କଳାହାଣ୍ଡି ଥିଏଟର୍ ତଥା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି ।

୨୪x୭ ଖବର ଓ ବିଚାର ଏଲର୍ଟ ପାଇବା ପାଇଁ ଏଠି କ୍ଲିକ୍ କରନ୍ତୁ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.