ପୋଲିସର କୁମ୍ବିଂ ଅପରେସନରେ ଜଣେ ମାଓବାଦୀ ନିହତ : ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଦକ୍ଷିଣାଞ୍ଚଳ ଡିଆଇଜି
ପାହାଡପଦରରେ ଠିକାଦାର ରାଜିନ୍ଦ୍ର ସାହୁ ଓ ବାବୁପଦରର ଭୀମ ଦୋରା ହତ୍ୟାକାଣ୍ଡ ପରେ ପୋଲିସର କୁମ୍ବିଂ ଆପରେସନ
ଲାଞ୍ଜିଗଡ,୨୪/୭ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କୋଟବୁଣ୍ଡେଲ ନିକଟରେ ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ଭବାନିପାଟଣାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ହିମାଂଶୁ ଲାଲ । ମୃତକ ମାଓବାଦୀ ଦିକ୍ଷୀତ ସାହା ହେଲେବଇନ୍ଦ୍ରାବତୀ ଦଲମ ଗୃପ୍ ର ସଦସ୍ୟ । ଏଠାରେ ପୋଲିସ ପକ୍ଷରୁ କୁମ୍ବିଂ ଆପରେସନ ଜାରି ରହିଛି । ବାବୁପଦର ଭୀମ ଦୋରା ହତ୍ୟା ପରେ ଜାରି କୁମ୍ବିଂ ବେଳେ ମାଓବାଦୀ ସହ ମୁହାଁମୁହିଁ ହୋଇଛି । କ୍ୟାମ୍ପ ରୁ ଛଅ ରୁ ସାତ ମାଓବାଦୀ ଛତ୍ରଭଙ୍ଗ ଦେବାରେ ସଫଳ ହୋଇଥିବା ବେଳେ ଜଣେ ମୃତ ଦେହ ଉଦ୍ଧାର କରାଯାଇଥିଲା । ଭୟଭିତ ନ ହୋଇ କୌଣସି ସହାୟତା ପାଇଁ ପୋଲିସ କୁ ସହଯୋଗ କରିବାକୁ ଡିଆଇଜି ଆଫିଲ କରିଥିଲେ ।
ଏଠାରେ ସୂଚନା ଯୋଗ୍ୟଯେ, ଗତ ରବିବାର ଦିନ ପାହାଡପଦର ହାଟରେ ଦିନ ଦ୍ବିପହରରେ ଠିକାଦାର ରାଜିନ୍ଦ୍ର ସାହୁଙ୍କୁ ଗୁଳି ମାରି ହତ୍ୟା କରିଥିଲେ ମାଓବାଦୀ । ଏହି ଘଟଣାର ୧୦ ଘଣ୍ଟା ନପୁରୁଣୁ ବାବୁପଦର ଗାଁର ଭୀମ ଦୋରାକୁ ପୋଲିସ ଇନଫରମର ବୋଲି ଦାୟୀକରି ରାତିରେ ଘରୁ ଡାକିନେଇ ହତ୍ୟା କରିଥିଲେ ମାଓବାଦୀ । ଏହାପରେ ମଙ୍ଗଳବାର ଦିନ ସକାଳୁ ମୁସାନାଲ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା । ସିପିଆଇ (ମାଓବାଦୀ) କଳାହାଣ୍ଡି ଏରିଆ କମିଟି ନାମରେ ଜାରି ହୋଇଥିବା ଏହି ପୋଷ୍ଟରରେ ପୋଲିସ ଇନଫରମର ଯୋଗୁଁ ଭୀମ ଦୋରାକୁ ହତ୍ୟା କରାଯାଇଥିବା ସୂଚିତ କରିଥିଲେ ମାଓବାଦୀ । ଏହାସହ ପୋଲିସ ଇନଫରମର ମାନଙ୍କୁ ମଧ୍ୟ ଚେତାବନୀ ଦେଇଥିଲେ । ପାହାଡପଦରରେ ଠିକାଦାର ରାଜିନ୍ଦ୍ର ସାହୁଙ୍କୁ ହତ୍ୟା କରିଥିବା ରାୟଗଡ ଏରିଆ କମିଟି ମାଓବାଦୀ ଓ ବାବୁପଦର ଭୀମ ଦୋରାକୁ କଳାହାଣ୍ଡି ଏରିଆ କମିଟି ମାଓବାଦୀ ହତ୍ୟା କରିଥିବା ଛାଡି ଯାଇଥିବା ପୋଷ୍ଟରରୁ ସୂଚନା ମିଳିଛି ।
ତେବେ ଗୋଟିଏ ଦିନରେ ପୃଥକ୍ ପୃଥକ୍ ସ୍ଥାନରେ ଦୁଇଜଣଙ୍କୁ ମାଓବାଦୀମାନେ ହତ୍ୟା କରିବାପରେ ପୁଲିସ କୁମ୍ବିଂ ଅପରେସନ ଆରମ୍ଭ କରିଥିଲା । ଏଥିରେ ପୋଲିସ ଓ ମାଓବାଦୀ ମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେପଟେ ମାଓ କ୍ୟାମ୍ପରୁ ୬/୭ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ଆଜି ଦିନବେଳା ଧଡେଲ ଛକଠାରୁ ଲିଟିବୁନ୍ଦଲୀ ପର୍ଯ୍ୟନ୍ତ ୫ କିମି ରାସ୍ତାରେ କିଏବି ଜାତାୟତ କରୁନଥିଲେ କି କାଉ କୋଇଳିର ଶୋର ଶବ୍ଦ ମଧ୍ୟ ଦେଖିବାକୁ ମିଳିନଥିଲା । ପୋଲିସ ଏନକାଉଣ୍ଟରରେ ମାଓବାଦୀ ନିହତ ହୋଇଥିବା ଗାଁ କୋଟବୁଣ୍ଡେଲ ଠାରୁ ମାତ୍ର ଗୋଟିଏ କିମି ଦୂରରେ ରହିଛି ଲିଟିବୁନ୍ଦଲୀ ଗାଁ । ଏହି ଗାଁ ମଧ୍ୟ ନିସ୍ତବ୍ଧ ହୋଇଯାଇଛି । ଗାଁର ୯୫ଟି ପରିବାର ଭୟର ବାତାବରଣ ମଧ୍ୟରେ କବାଟକିଳି ଘରଭିତରେ ରହିଥିବା ଦେଖିବାକୁ ମିଳିଛି । ଏହି ଘଟଣା ସମୂହ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।