ଲାଡୁଗାଁ କଲେଜରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଆଠ ଦିନର ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଗୁରୁବାର ଉଦଯାପିତ ହୋଇଛି।ଏହି ଅବସରରେ କଲେଜ ର ଅଧକ୍ଷ ଡ଼ଃ ନିହାରକାନ୍ତ ପାଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ରଶ୍ମିତା ନେତାମ,ସମ୍ମାନିତ ଅତିଥି ଭାବେ ଏବିଇଓ ତୋଫାନ ମାଝି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଧୀରାମଣି ଦାସ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।ଅଧ୍ୟାପିକା କଲ୍ୟାଣୀ ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଶିବିରର ରିପୋର୍ଟ ପ୍ରଦାନ କରିଥିଲେ। ପିଇଟି ସୁମିତ୍ରା ଧଙ୍ଗଡ଼ାମାଝୀ ଆତ୍ମରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅଧ୍ୟାପିକା ଅଙ୍କିତା ଖୁରା ଆଠ ଦିନ ଧରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଛାତ୍ରୀମାନେ ଆତ୍ମରକ୍ଷାର କୌଶଳ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରେମାନନ୍ଦ ସାହା, ବିରେନ୍ଦ୍ର ନାରାୟଣ ଦାସ, ଭାରତ ଭୂଷଣ ଠାକୁର, ଶଂକର ସତନାମୀ , ଭାଗବତ କଟା, ତୁଳସୀ ବାଗ, ବିଭୁଜନ ସାହୁ, ଭାନୁମତୀ ମାଝି, ସପ୍ନା ନାଏକ, ଦିବାକର ଦୁର୍ଗା ସହଯୋଗ କରିଥିଲେ।ଶେଷରେ ପ୍ରଶାନ୍ତ ଯୋଷୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.