କଳାହାଣ୍ଡି ଉତ୍ସବରେ ବିକାଶ ଆବାସିକ ବିଦ୍ୟାଳୟକୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଭବାନୀପାଟଣା ସ୍ଥିତ ବିକାଶ ବିଦ୍ୟାଳୟ କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ଛାତ୍ରୀ ଛାତ୍ରଙ୍କ ସାମଗ୍ରିକ ବିକାଶ ଦିଗରେ ମଧ୍ୟ ତତ୍ପର ରହିଛି । ଚଳିତ ବର୍ଷ ଅଗଷ୍ଟ ୧ ତାରିଖ “ସମ୍ବଲପୁରୀ ଦିନ ” ପାଳନ ଅବସରରେ ବିକାଶ ଆବାସିକ ବିଦ୍ୟାଳୟର ୩୦୦ ରୁ ଉର୍ଦ୍ଧ ଛାତ୍ରୀ ଛାତ୍ରଙ୍କୁ ନେଇ ଏକ କାଳୀନ ସାମୁହିକ ସମ୍ବଲପୁରୀ ଗୀତ ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ସାମୁହିକ ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟ ପରବର୍ତ୍ତୀ ସମୟରେ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ଅନୁଗୃହିତ ହୋଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନିତ ହୋଇଥିଲା । ଏଣୁ ଏହି କୃତିତ୍ୱ ଜୋଗୁଁ ୨୭ ତମ “କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ” ପାଳନ ଅବସରରେ ବିକାଶ ଆବାସିକ ବିଦ୍ୟାଳୟକୁ ଜିଲା ପ୍ରଶାସନ ତରଫରୁ ଭବାନୀପାଟଣା ସ୍ଥିତ ରେଣ୍ଡୋ ମାଝି ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ଡି. ରାମ କୁମାର, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର ପ୍ରମୁଖ ଉପସ୍ଥିତ ରହି କଳାହାଣ୍ଡି ସାଂସଦ ମାଳବିକା ଦେବୀ ଙ୍କ କରକମଳରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଗ୍ରହଣ କରିଥିଲେ । ଏଥିରେ ଅନୁଷ୍ଠାନର ନିର୍ଦ୍ଦେଶକ, ପରିଚାଳନା ମଣ୍ଡଳୀ ସଦସ୍ୟ,ସମସ୍ତ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ତଥା କର୍ମଚାରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.