ଜର୍ଣ୍ଣାଲିଷ୍ଟ କାଉନସିଲ ଅଫ ଇଣ୍ଡିଆର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ଭୁବନେଶ୍ୱର: ଜର୍ଣ୍ଣାଲିଷ୍ଟ କାଉନସିଲ ଅଫ ଇଣ୍ଡିଆର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵର ସ୍ଥିତ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘର ସଦସ୍ୟମାନଙ୍କୁ “ସାମ୍ବାଦିକତା ଉତ୍କର୍ଷ ପୁରସ୍କାର” ପ୍ରଦାନ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅରୁଣ ଦାସ, ମେଟ୍ରୋ ଗ୍ରୁପ୍ ର ପରିଚାଳନା ସମ୍ପାଦକ ଶ୍ରୀ ପିଉସ ମହାନ୍ତି ଏବଂ ଓଡ଼ିଶା ରଇପୋର୍ଟରର ମୁଖ୍ୟ ସମ୍ପାଦକ ଶ୍ରୀ ସ୍ଵାଧୀନ କୁମାର ରାଉତ ମଞ୍ଚାସୀନ ରହି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିଥିଲେ। ଜର୍ଣ୍ଣାଲିଷ୍ଟ କାଉନସିଲ ଅଫ ଇଣ୍ଡିଆ ସଂଗଠନ ସର୍ବଦା ସାମ୍ବାଦିକମାନଙ୍କୁ ସମ୍ମାନ ଦେବାକୁ ପ୍ରସ୍ତୁତ, ଯଦି ଜିଲ୍ଲା ତହସିଲ ମଣ୍ଡଳ ରାଜ୍ୟରେ କୌଣସି ସାମ୍ବାଦିକଙ୍କୁ ହଇରାଣ କରାଯାଏ, ତେବେ ପୂର୍ଣ୍ଣ ରିପୋର୍ଟ ଗ୍ରହଣ କରିବା ପରେ, ଆମର ସଂଗଠନ ସାମ୍ବାଦିକଙ୍କୁ ନ୍ୟାୟ ପାଇବା ପାଇଁ ଏକ ନିର୍ଣ୍ଣାୟକ ସଂଘର୍ଷ କରେ ବୋଲି ସଂଗଠନର କାର୍ଯ୍ୟକର୍ତ୍ତାମାନେ ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.