ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ବକ୍ସିଂ ଚୟନ ଶିବିର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡ଼ିୟମ ଗ୍ୟାଲେରୀରେ ଏକ ବକ୍ସିଂ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ବକ୍ସିଂ ଚୟନ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାରୁ ମୋଟ ୨୧ ଜଣ ବକ୍ସର ଅଂଶଗ୍ରହଣ କରିଥିଲେ। ଏହି ଚୟନ ଶିବିରରେ ୟୁଥ୍ ଓମେନ୍ ରେ କାଜଲ ସେଠୀ ଓ ସଜନାସିନି ପର୍ଟିଆ ଚୟନ ହୋଇଥିବାବେଳେ ଜୁନିଅର୍ ଓମେନରେ ବିଷ୍ଣୁପ୍ରିୟା ସିଂ, ଅର୍ଜିତା ପଧାନ, ପ୍ରତିମା ମହାନନ୍ଦ, ପାୟଲ ସିଂ ଚୟନ ହୋଇଛନ୍ତି। ଜାନୁୟାରୀ ୨୧ରେ ରାଉରକେଲାରେ ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମରେ ହେବାକୁ ଯାଉଥିବା ରାଜ୍ୟ ସ୍ତରୀୟ ବକ୍ସିଂ ଚୟନ ଶିବିରରେ ଏହି ୬ ଜଣ ବକ୍ସର ସୁବର୍ଣ୍ଣପୁର ଜିଲ୍ଲାରୁ ପ୍ରତିନିଧୁତ୍ୱ କରିବେ। ଏହି କୃତି ୬ ଜଣ ପ୍ରତିଯୋଗୀଙ୍କୁ ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପିୟୁଷ କୁମାର ପଣ୍ଡା ଶୁଭେଚ୍ଛା ଓ ସଫଳତା କାମନା କରି ଉନ୍ନତ ଖେଳ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଜିର ଏହି ଶିବିରରେ ସୁଷ୍ଟିମୋକ୍ଷା ପ୍ରଶିକ୍ଷକ ରାଜେଶ କୁମାର ମେଷୁଲି, କୃତିବାସ ଶତପଥି, ବ୍ରଜଗୋପାଳ ପଣ୍ଡା, ହେମନ୍ତ ରାଉତ, ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ଉପ-ସଭାପତି ଶ୍ରୀ ଚିତରଂଜନ ତରାସିଆ, ସହ-ସମ୍ପାଦକ ଶ୍ରୀ ନନ୍ଦକିଶୋର ତ୍ରିପାଠୀ, ଫୁଟବଲ ସମ୍ପାଦକ ଶ୍ରୀ ରାଜୀବ କୁମାର ସାହୁ, ଭଲିବଲ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ, ଭୁକୁଲୁ ବକ୍ସି, କଲିମ ମହମ୍ମଦ, ଗୌରିଶ୍ୟାମ ପଣ୍ଡା, ଦିଲ୍ଲିପ ଗୁରୁ, ବଳରାମ ପଟ୍ଟନାୟକ, ଗୋପାଳ ବରେଇ, ଜିତେନ୍ଦ୍ର ସାହୁ, ଆଦିତ୍ୟ କିଶୋର ଦାନୀ, କମଳାକାନ୍ତ ସାହୁ, ବି.ସତ୍ୟନାରାୟଣ ରାଓ, ଗତିକୃଷ୍ଣ ମିଶ୍ର, ସୁଦର୍ଶନ ପଣ୍ଡା, ଦିଗାମ୍ବର ଶତପଥି, ସନ୍ତୋଷ ପାଢ଼ୀ, ସଦା ସାହୁ, ବିକାଶ ପଣ୍ଡା, ପୁରେନ୍ଦ୍ର ନାଏକ ଓ ଜିଲ୍ଲା କ୍ରିଡ଼ା ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.