ଜାତୀୟ ଯୁବ ଦିବସ ପାଳିତ
ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବୀରମହାରାଜପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଏବଂ ରେଡ ରିବନ କ୍ଲବ ଆନୁକୂଲ୍ୟରେରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ଅବସରେ ପାଳିତ ଏହି ସଭାରେ କଲେଜ ଅଧକ୍ଷ ଆଶୁତୋଷ ହୋତା ସଭାପତିତ୍ବ କରିଥିବାବେଳେ ପ୍ରାକ୍ତନ ଜିଲା ଉଚ୍ଚଶିକ୍ଷା ପରାମର୍ଶ ଦାତା ଡ଼ଃ ପ୍ରଫୁଲ୍ଲ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବ ସମାଜ କେମିତି ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଶକ୍ତ ଏବଂ ସୁସ୍ଥ ସମଜ ଗଠନ ରେ ମୁଖ୍ୟ ଭୂମିକା ଗ୍ରହଣକରି ପାରିବେ ତା ଉପରେ ଆଲୋକପାତ କରିଥିଲେ। ସଂସ୍କୃତ ବିଭାଗ ଅଧ୍ୟାପିକା ସନ୍ତୋଷିନୀ ନାୟକ ଅତିଥି ପରିଚୟ ସହ ସଭା କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଯୁବ ରେଡ଼କ୍ରସ ପରାମର୍ଶ ଦାତା ଗୀତାଞ୍ଜଳି ପଧାନ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବରିଷ୍ଠ ଅଧ୍ୟାପିକା ସନ୍ଧ୍ୟାରାଣୀ ରାଉତ ସମ୍ମାନିତ ଅତିଥିଭାବେ ମଞ୍ଚସୀନ ଥିଲେ। ଶେଷରେ ଅଧ୍ୟାପିକା ପଦ୍ମିନୀ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କଲେଜ ର ସମସ୍ତ କର୍ମଚାରି ତଥା ଯୁବରେଡ଼କ୍ରସ ସ୍ବେଛାସେବୀ ଏବଂ ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ।