ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକାର ତୃତୀୟ ସଂସ୍କରଣ ପ୍ରକାଶିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ବିପ୍ଲବୀ, ପାଇକ, କବି ଓ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ବାଣପୁର ମାଟିରୁ ପ୍ରକାଶିତ ହେଇ ଆସୁଥିବା ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକା‌ର ତୃତୀୟ ସଂସ୍କରଣ ଲୋକାର୍ପିତ ହୋଇସାରିଛି। ଯୁବ ସ୍ତମ୍ଭକାର ତଥା ସମ୍ପାଦକ ବିଶ୍ବବିଜୟୀ ଦାଶଙ୍କ ବଳିଷ୍ଠ ସମ୍ପାଦନା, ସହ ସମ୍ପାଦିକା ପ୍ରବାଳ ମଞ୍ଜରୀ ଦାଶ ଓ ପ୍ରିୟମ୍ବଦା ସ୍ବାଇଁଙ୍କ ସହଯୋଗରେ ପତ୍ରିକା ଟି ପ୍ରକାଶିତ ହୋଇଅଛି। ଡିଜାଇନର କାହ୍ନୁ ଚ଼ରଣ ସାହୁଙ୍କ ଅଳଙ୍କରଣ ବେଶ୍ ଆକର୍ଷଣୀୟ ହୋଇଛି। ଏହି ପତ୍ରିକାରେ ଅନେକ ଲେଖକ ଲେଖିକା ତଥା କବି କବୟିତ୍ରୀଙ୍କ ଅମୂଲ୍ୟ କୃତି ସ୍ଥାନିତ ହୋଇଛି। ସମ୍ପାଦକ ବିଶ୍ବବିଜୟୀ ଦାଶ କହିଛନ୍ତି, ପୂଣ୍ୟତୋୟା ଭାରତରେ ଓଡ଼ିଶା, କଳା, ସାହିତ୍ୟ ଓ ସଂସ୍କୃତିର ମହାନ ମିଳନ ସ୍ଥଳ। ନିଜସ୍ବ ପ୍ରତିଭା ବଳରେ ଅନେକ ପ୍ରଥିତଯଶା ଓ ସିଦ୍ଧପୁରୁଷ ମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଜନ୍ମନେଇ ଏ ମାଟିକୁ ମହିମା ମଣ୍ଡିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା ସାହିତ୍ୟ ର ପ୍ରଚ଼ାର ପ୍ରସାର କରିବା ଦିଗରେ ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକା ଗୁଣ୍ଡିଚିମୂଷା ସଦୃଶ କାର୍ଯ୍ୟ ନିର୍ବାହନ କରୁଛି। ଏହି ପତ୍ରିକା ଟି ସର୍ବଜନାଦୃତ ହେଉ ବୋଲି ଶ୍ରୀ ଶ୍ରୀ ବାବା ପ୍ରତାପେଶ୍ବର ଦେବ ଓ ମା’ ଭଗବତୀ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.