ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ବଲାଙ୍ଗିରରେ ବାଇକ୍ ଚୋରି ଗ୍ୟାଙ୍ଗ କୁ ଠାବ କରିବାରେ ସଫଳ ହୋଇଛି ବଲାଙ୍ଗିର ପୁଲିସ । ଗତ ୨୦୨୪ ମସିହା ସେପ୍ଟେମ୍ବର ୯ ତାରିଖ ରେ ହୋଇଥିବା ଏକ ବାଇକ୍ ଚୋରି ମାମଲା ର ତଦନ୍ତ କରୁଥିବା ଏକ ଟିମ୍ କୁ ଏହି ସଫଳତା ମିଳିଥିବା ବେଳେ ଗୋଟିଏ ବାଇକ୍ ଠାବ କରିବାକୁ ଯାଇ ଉକ୍ତ ଟିମ୍ ୫ ଚୋର ସହିତ ୧୨ ଟି ବାଇକ୍ ଓ ଚୋରି ଗ୍ୟାଙ୍ଗ ର ପାଞ୍ଚ ଜଣ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି ।
ସୂଚନା ଅନୁସାରେ ଗତ ୨୦୨୪ ସେପ୍ଟେମ୍ବର ୨ ତାରିଖ ରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ସମ୍ମୁଖ ରୁ ଏକ ବାଇକ୍ ଚୋରି ହୋଇଥିଲା । ସ୍ଥାନୀୟ ଇନ୍ଦିରା ନଗର ର ତୁଫାନ ସାଏଙ୍କ ବାଇକ୍ ଚୋରି ହୋଇଥିବା ବେଳେ ଏନେଇ ସେ ଟାଉନ ଥାନା ରେ ଅଭିଯୋଗ କରିଥିଲେ । ପୁଲିସ ଏନେଇ କେସ ନଂ ୬୨୨/୨୦୨୪ ରେ ମାମଲା ରୁଜୁ କରି ତଦନ୍ତ ଚାଲିଥିଲା। ଉକ୍ତ ବାଇକ୍ ଠାବ କରିବାକୁ ଯାଇ ୧୨ ଚୋରା ବାଇକ୍ ଉଦ୍ଧାର କରିଛି ବଲାଙ୍ଗିର ପୁଲିସ ।
ତେବେ ଏହି ୧୨ ବାଇକ୍ ମଧ୍ୟରୁ ୬ ଟି ବାଇକ୍ ଚୋରି ମାମଲା ବଲାଙ୍ଗିର ଟାଉନ ଥାନା ରେ ହୋଇଥିବା ବେଳେ ଗୋଟିଏ ସୋନପୁର ଜିଲ୍ଲା ର ବୋଲି ଜଣାପଡିଛି । ଆଉ ପାଞ୍ଚ ଟି ବାଇକ୍ ର ସୂଚନା ଜଣା ପଡିନଥିବା ପୁଲିସ ଆଜି ସନ୍ଧ୍ୟା ରେ ସୂଚନା ଦେଇଛି।