ତୁଳାପଡାରେ ଧରଣୀ ଖମ୍ବର ନବ କଳେବର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା ଗ୍ରାମର ବଡପଡାରେ ଥିବା ଧରଣୀ ଖମ୍ବର ନବ କଳେବର ବହୁ ଦିନ ପରେ କରାଯାଇଛି । ଗତ ତା୨୧/୧ ଦିନ ପୂଜା ପାଠ କରି ଧରଣୀ ଖମ୍ବ ପାଇଁ ଦାରୁ କାଠ ଅଣାଯାଇ ସ୍ଥାପନ ସ୍ଥାନରେ ରାତିସାରା ଅନେକ ଉପଚାରରେ ପୂଜନ କରା ଯାଇଥିଲା । ତା୨୨/୧ରିଖ ଦିନ ମୁଖ୍ଯ ଜାନି ଶଶୀ ମାଝୀ, ସହଯୋଗୀ ଡଡକେ ଜାନୀ, ପାଜା ଜାନୀ ମିଳିତ ଭାବେ ଆଦିବାସୀ ସଂସ୍କୃତି ଓ ପ୍ରଥା ଅନୁସାରେ ପୂଜନ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ । ଗୈାନ୍ତିଆ ମନମୋହନ ନାୟକଙ୍କ ନେତୃତ୍ବରେ ଜାନି ଗୋକୁନ୍ଦ ମାଝୀ, ମାଞ୍ଜି ରାଜୀନ ମାଝୀ, ଝାଙ୍କର ଦେବ ମାଝୀ, ରତ୍ନା ଧଙ୍ଗଡାମାଝୀ, ବ୍ରହ୍ମା ମାଝୀ, ନୌକା ମାଝୀ, କାହ୍ନୁ ମାଝୀ, ନାରାୟଣ ମାଝୀ, ସରପଞ୍ଚ ମଲ୍ଲୀହାର ପଧାନ, ଘନଶ୍ୟାମ ତ୍ରିପାଠୀ ସହ ଗ୍ରାମବାସୀ ବୃନ୍ଦ ଧରଣୀ ଖମ୍ବ ସ୍ଥାପନ ପାଇଁ ସବୁ ପ୍ରକାର ବ୍ଯବସ୍ଥା କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବିଦୁର ନାୟକ, ରୁତୁରାଜ ସାହୁ, ଯୁଧିଷ୍ଠି ମାଝୀ, ଅନନ୍ତରାମ ମାଝୀ, ବୀର ଜାନି, ବସୁ ମାଝୀ, ଗହନ ମାଝୀ, ତପନ ମାଝୀ, ଭକୁଆ ମାଝୀ ପ୍ରମୁଖ ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ ।ନର୍ଲା ବ୍ଲକ ଅଧ୍ଯକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ମଧ୍ଯ ଯୋଗଦେଇ ଥିଲେ ।ଗ୍ରାମର ସମସ୍ତ ଦେବାଦେବୀ, ଠାକୁରାଣୀଙ୍କ ପାଖରେ ଭୋଗ ଲାଗି ହୋଇଥିଲା । ନୂତନ ଧରଣୀ ଖମ୍ବ ସହ ବ୍ରହ୍ମ ସ୍ଥାପନ କରିବା ପରେ ଗ୍ରାମ ଓ ବିଶ୍ବର ମଙ୍ଗଳ ପାଇଁ ସମସ୍ତେ ପ୍ରଣତି ଜଣାଇ ଥିଲେ । ଆବହମାନ କାଳରୁ ଚାଲି ଆସୁଥିବା ଏହି ପରମ୍ପରା ନିଆରା ଓ ବାସ୍ତବଧର୍ମୀ । ଏହି ଧରଣୀ ପାଖରେ ଗ୍ରାମବାସୀ ସର୍ବଦା ପ୍ରଥମ ଶସ୍ଯ, ଫଳ ଆଦି ସମର୍ପଣ ପରେ ଭକ୍ଷଣ କରିଥାନ୍ତି । ଶୁଭାଶୁଭ କାର୍ଯ୍ଯରେ ସ୍ବତନ୍ତ୍ର ପୂଜା କରିବାର ପରମ୍ପରା ରହି ଆସିଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.