ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ପରିଚାଳନା କମିଟି ଓ ସଦସ୍ୟଙ୍କ ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ରକ୍ତ ଦାନ କରିଛନ୍ତି। ଅନୁଷ୍ଠାନର ସମ୍ପାଦକ ମିଳନ କୁମାର ଭୋଇ ଏ+ ୨୦ ଥର, କୋଷାଧ୍ୟକ୍ଷ ସୌମ୍ୟ ରଂଜନ ସା ଏ+ ୨୦ ଥର ଓ ସାଧାରଣ ସଦସ୍ୟ ଅସୀମ ଭୋଇ ଏ+ ୧୯ ନଂ ଥର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ଠାରେ ରକ୍ତଦାନ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ରକ୍ତଦାନ କରୁଥିବାରୁ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟମାନଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଅନୁଷ୍ଠାନରୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ରକ୍ତଦାତା ନିୟମିତ ଭାବେ ରକ୍ତଦାନ କରୁଛନ୍ତି ବୋଲି ଅନୁଷ୍ଠାନର ସଭାପତି ଦୂର୍ବାଦଳ ଭୋଇ ସୂଚନା ଦେଇଛନ୍ତି ଓ ସମସ୍ତ ରକ୍ତଦାତା କୁ ଧନ୍ୟବାଦ୍ ଦେଇଛନ୍ତି।