କଳାହାଣ୍ଡି,୨୪/୭ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ଲେଙ୍କାଙ୍କ ନେତୃତ୍ଵରେ ଛାତ୍ର ଛାତ୍ରୀ ଘରେ ଘରେ ପାଇଖାନା କରିବା,ବାହାରେ ମଳତ୍ୟାଗ କରିବା ନାହିଁ, ପାଇଖାନା କରି ବ୍ୟବହାର କରିବା ଏମିତି ଅନେକ ସ୍ଲୋଗାନ ଦେଇ ଅବୁଜବାହାଲ ଗ୍ରାମ ର ପ୍ରତ୍ୟେକ ପଡ଼ାକୁ ଯାଇ ସଚେତନ କରିଥିଲେ। ଏହି ସଚେତନତା ରେଲିରେ ଶିକ୍ଷକ ହରିଲାଲ ବିଭାର, ଶିକ୍ଷୟିତ୍ରୀ ଚଞ୍ଚଳା ଭୋଇ , ସ୍ଵଚ୍ଛ ଭାରତ ସୁସ୍ଥ ଓଡ଼ିଶାର ଭଲେଣ୍ଟିୟର ଫକିର ସାହୁ ପ୍ରମୂଖ ସାମିଲ ହୋଇଥିଲେ।