ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ହର୍ଷ ଉଲ୍ଲାସର ସହ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ସହିତ ବିଦ୍ୟାଳୟର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ରୂପେନ୍ଦ୍ର ବାଣୁଆଙ୍କ ଅଧ୍ୟକ୍ଷତାରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଙ୍କଜିନୀ ମାଝୀ ମୁଖ୍ଯ ଅତିଥି, ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ମୋହନ ଚରଣ ବିଶି ମୁଖ୍ଯ ବକ୍ତା ଏବଂ ସମ୍ମାନୀତ ଅତିଥି ଭାବରେ ବେହେରା ସରପଞ୍ଚ କୁମୁଦିନୀ ଗଇଁତା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝାରୀ, ବିଦ୍ୟାଳୟ ପ୍ରତିଷ୍ଠାତା ନିତ୍ୟାନନ୍ଦ ନାଏକ, ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ଗଉଡ଼, ଶିକ୍ଷାବିତ ତୁଲସୀରାମ ବାରିକ, ଶିକ୍ଷାବିତ ଶଶିଧର ସାହୁ, କ୍ଷୀତିରାମ ସାହୁ, ଭକ୍ତଚରଣ ଭୋଇ, ଭକ୍ତଚରଣ ସିଂ ରାଜପୁତ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଚକ୍ରଧର ବାରିକ ଓ ଇଂରାଜୀ ଶିକ୍ଷକ ପ୍ରେମଲାଲ କାଣ୍ଡ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ମୋନାଲିସା ନାଏକ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ନିମନ୍ତ୍ରିତ ଅତିଥି, ଅବିଭାବକମାନଙ୍କୁ ନେଇ ବିଦ୍ୟାଳୟ ପ୍ରତିଷ୍ଠା ଦିନରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷକ ନରେନ୍ଦ୍ର ନାଏକ, ଜିତେନ୍ଦ୍ର ନାଏକ, ରାଜେନ୍ଦ୍ର ଭୋଇ, କୃପାସିନ୍ଧୁ ବେହେରା, ଚନ୍ଦନ କୁମାର ରାଉତ, ସ୍ମୃତିରଞ୍ଜନ ନାୟକ, ହରେକୃଷ୍ଣ ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସୌରଭ ସାହୁ, ହରେକୃଷ୍ଣ ନାଏକ, ସୁଜାତା ବାଗ, କ୍ଷୀତିସୂତା ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.