ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ସ୍କୁଲ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟି ସମ୍ପାଦକ ଅନ୍ତର୍ଯ୍ୟାମୀ ରାଜପଲିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଛାତ୍ରୀ ଲତିକା କଲେତ, ଚୁମକୀ ଦୀପ, ଦର୍ଶିକା ଗଏଁତା, ସାନାୟା ବିଶ୍ୱାସ, ଅମ୍ରିତା ରାଜପଲିଆ ଜାତୀୟ ସଙ୍ଗୀତ ଗାନ କରିଥିଲେ | ଛାତ୍ର ଦୀପକ କଲେତଙ୍କ ନେତୃତ୍ବରେ କ୍ୟାଡ଼େଟମାନେ ଘୋଷବାଦ୍ୟ ସହ ଗାଁରେ ପଥ ସଞ୍ଚଳନ କରିଥିଲେ | ଅର୍ମାନ ବାଗ, ପ୍ରଜ୍ଞାନ ଖଣ୍ଡଗିରି, ଅଭିଷେକ ଦଣ୍ଡସେନା, କନିଷ୍କ ରାଜପଲିଆ, ପରିତୋଷ ନାଏକ, ଅଙ୍ଗଦ ପରାଭୁଏ, ଶେଖର କଲେତ ପ୍ରମୁଖ ଛାତ୍ର ଘୋଷବାଦ୍ୟ ବାଦନ କରିଥିଲେ | ବୈଜୟନ୍ତୀ ମହାକୁର, ଲଷ୍ମୀ ନାଗ, ଶ୍ରଦ୍ଧାଞ୍ଜଳି ଦାଶ, ବନ୍ଦନା ରଣା, ସଙ୍ଗୀତା ବାଗ, ସାବିତ୍ରୀ ରାଜପଲିଆ, ନବକିଶୋର ନାଗ, ପ୍ରହ୍ଲାଦ ସିନ୍ଧ୍ରୀଆ, ଦିଲୀପ ମିର୍ଦ୍ଧା ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକ ସହଯୋଗ କରିଥିଲେ |