ଓଡ଼ିଆ ବାର୍ତ୍ତା/ ଦେଓଗାଁ (ଚୈତନ୍ୟ କାଳସାଏ): ବେଥେଲ ଇଂଲିସ ସ୍କୁଲ ଚୋରମରା ଠାରେ ୭୬ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସ୍କୁଲ କମିଟିର ସଭାପତି ସରୋଜ କୁମାର ଭୋଇ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସ୍କୁଲ ସଂଯୋଜକ ଶ୍ରୀରାମ ପଧାନ ଓ ସ୍କୁଲ ଏମ୍.ଡି. ଦିଲିପ ସୁନା ସଭାରେ ଉଦବୋଧନ ଦେଇଥିଲେ। ସହକାରୀ ଶିକ୍ଷକ ରାଜେଶ କୁମ୍ଭାର ସଭା ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିପାରିଥିଲେ। ଶେଷରେ ସ୍କୁଲ ପ୍ରିନ୍ସିପାଲ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।