ଦୋକାନ ପୋଡ଼ିକୁ ନେଇ ଯୋଗିସୂର୍ଡାରେ ଉତ୍ତେଜନା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନ୍ନା ଗୌଡ଼): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗିସର୍ଡ଼ା ଗାଁରେ ସରକାରୀ ଜାଗାରୁ ଦୋକାନ ନ ହଟାଇବାରୁ ଜଣକର ଦୋକାନ ଗୃହକୁ ଜାଳି ଦିଆଯାଇଛି । ଏହି ଘଟଣାରେ ପୋଲିସ ଗ୍ରାମର କିଛି ଲୋକଙ୍କୁ ଅଟକ ରଖି ତଦନ୍ତ କରୁଥିବା ବେଳେ ନିରୀହ ଲୋକଙ୍କୁ ପୋଲିସ ଗିରଫ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ପୋଲିସ ଗ୍ରାମରେ ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଗ୍ରାମକୁ ଯାଇଥିବା ବେଳେ ଅଟକ ଥିବା ନିରୀହ ଲୋକଙ୍କୁ ଛାଡ଼ିବା ଦାବିରେ ସଦର ଏସଡିପିଓ ପ୍ରଦୀପ ସାହୁଙ୍କୁ ଘେରିଥିଲେ ସ୍ଥାନୀୟ ବାସିନ୍ଦା । ଦୀର୍ଘ ସମୟ ଧରି ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା । ପ୍ରାୟ ୪ ଘଣ୍ଟା ପରେ ଉତ୍ତେଜନା ଥମିଥିଲା ।

Omkar Vasthu
Omkar Vasthu

ସୂଚନାଯୋଗ୍ୟ ଯେ ଯୋଗିସର୍ଡା ଗ୍ରାମର ଯୋଗେଶ୍ୱର ଶୈବପୀଠର ଜମି ଜବରଦଖଲ ତଥା ପାରିପାର୍ଶ୍ବିକ ଉନ୍ନତି କରଣକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିବା ବେଳେ ପୂର୍ବରୁ ଲୋଇସିଂହା ତହସିଲଦାର ଓ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ ଗ୍ରାମବାସୀ । ତେବେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଗ୍ରାମରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିବା ଜଣାଯାଇଛି । ଯୋଗିସର୍ଡା ଯୋଗେଶ୍ୱର ଶୈବପୀଠର ପ୍ରାୟ ୪୨ ଏକର ଦେବୋତ୍ତର ଜମିକୁ କିଛି ମୁଷ୍ଟିମେୟ ବ୍ୟକ୍ତି ତଥା ସେବାୟତ ନିଜ ଅକ୍ତିଆରରେ ରଖି ବେଆଇନ ଭାବେ ନିର୍ମାଣ କାମ ଜାରି ରଖିଛନ୍ତି । ପୂର୍ତ୍ତ ବିଭାଗ ତରଫରୁ ଚାଲିଥିବା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ସନ୍ତୋଷଜନକ ନ ଥିବା ବେଳେ ଦାୟିତ୍ୱରେ ଥିବା ଠିକାଦାର ପାରିପାର୍ଶ୍ବିକ ଉନ୍ନତି ପ୍ରତି ଧ୍ୟାନ ନ ଦେଇ ନିଜ ମର୍ଜି ମୁତାବକ କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବାସିନ୍ଦା ତଥା ମନ୍ଦିର ପରିଚାଳନା କମିଟି ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ପୂର୍ବରୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଦୋକାନ ପୋଡ଼ିବା ଭଳି ଘଟଣା ଦେଖିବାକୁ ମିଳିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.