ଏଟିଏମରେ ଟଙ୍କା ନଥିବାରୁ ଫଫସି ଅଞ୍ଚଳର ଜନସାଧାରଣ ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଫପସି ଅଞ୍ଚଳରେ ଥିବା କୌଣସି ଏଟିଏମରେ ତଥା ଗୋଲାବାରୁଦ କାରଖାନା ବଡମାଲ ମାର୍କେଟ କମ୍ପ୍ଲେକ୍ସ ରେ ଥିବା ଏଟିଏମ ତଥା କୌଣସି କିଓସ୍କ ଶାଖା ମାନଙ୍କ ଠାରେ ମଧ୍ୟ ଟଙ୍କା ନଥିବା ଫଳରେ ଏଟିଏମ ଉପରେ ନିର୍ଭର କରୁଥିବା ଲୋକେ ଟଙ୍କା ଉଠାଣ କରିନପାରି ହଇରାଣ ହେଉଛନ୍ତି। ବିଶେଷକରି ପେନସନ ଭୋଗୀ ଓ ମଣ୍ଡିରେ ଖରିଫ ଧାନ ବିକ୍ରି କରିଥିବା ଚାଷୀ ଧାର କରଜ ଶୁଝିବା ପାଇଁ ଟଙ୍କା ତଥା ମେଡିକାଲ ମେଡିକାଲ କାମ ପାଇଁ ଟଙ୍କା ଉଠାଣ କରିପାରୁନଥିବା ପ୍ରକାଶ କରିଛନ୍ତି। ଏହି ଏଟିଏମ ଉପରେ ଫପ୍ସିର ପନ୍ଦର କିଲୋମିଟର ପରିଧି ମଧ୍ୟରେ ରହିଥିବା, ବଡମାଲ, ଗଣ୍ଡପତ୍ରାପାଲି, ନାରିକଟା, ଜାମଖୁଣ୍ଟା, ଧରବଗଡ, ରେଙ୍ଗାଲି, ମାକ୍ରି, ଭତାସର, ତଥା ଆଖ ପାଖର ପଚାଶ ରୁ ଅଧିକ ଗାଁ ଲୋକଙ୍କ ସମେତ ପଥଚାରି ନିର୍ଭର କରିଥାନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.