ଜୁନାଗଡ଼ କଳା ବିକାଶ କେନ୍ଦ୍ର ଠାରେ ସରସ୍ଵତୀ ପୂଜା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ରେ ସାରା ଦେଶରେ ବିଦ୍ୟାଦାତ୍ରୀ ମା ସରସ୍ଵତୀଙ୍କ ପୂଜା ଚାଲିଛି। ଏହି ପରିପ୍ରେକ୍ଷୀରେ ଜୁନାଗଡ଼ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ଯୁକ୍ତ ଦୁଇ କଲେଜ,ଡିଗ୍ରୀ କଲେଜ, ଘରୋଇ ସ୍କୁଲ ପ୍ରମୁଖ ସ୍ଥଳୀ ଗୁଡିକରେ ମଧ୍ୟ ମା ସରସ୍ଵତୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

ରବିବାର ଛୁଟିଦିନ ହୋଇଥିଲେ ମଧ୍ୟ ସରସ୍ବତୀ ପୂଜାପାଇଁ ଜୁନାଗଡ଼ ବେଶ୍ ଚଳଚଞ୍ଚଳ ଓ ଉତ୍ସବ ମୁଖରିତ ହୋଇ ଉଠିଥିଲା।ସେହିପରି ଜୁନାଗଡ଼ ସ୍ଥିତ କଳା ବିକାଶ କେନ୍ଦ୍ର ଠାରେ ବିଦ୍ୟାଦାତ୍ରୀ ଦେବୀ ସରସ୍ଵତୀଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

Pearl dental clinic
Near Ashish Medical Store, Bhawanipatna

କଳାବିକାଶ କେନ୍ଦ୍ର ନିର୍ଦ୍ଦେଶକ ମାନସ ରଞ୍ଜନ ସେଠୀ ସମେତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ପୂଜାରେ ଆଚ୍ୟୁତାନନ୍ଦ ସେଠୀ ପୂଜା କର୍ତ୍ତା ଭାବେ ନିଜର ଦାୟିତ୍ଵ ତୁଲାଇଥିଲେ ଅତିଥିଗଣ, ପୂର୍ବତନ ଛାତ୍ରଛାତ୍ରୀ, ଶୁଭାକାଂକ୍ଷୀ, ଅଭିଭାବକଙ୍କୁ ଅନୁଷ୍ଠାନର ଛାତ୍ରଛାତ୍ରୀ ସ୍ବାଗତ ଜଣାଇଥିଲେ ।

Udyog Nursery
Udyogi Nursery

ପୂଜାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଦେବୀ ସରସ୍ୱତୀଙ୍କ ପୂଜା କରିବାସହ ଆଶିର୍ବାଦ କାମନା କରିଥିଲେ ।ଏଠାରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ପାଇଁ ପ୍ରସାଦ ସେବନ ହୋଇଥିଲା । ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପୂଜା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.