ଜୁନାଗଡ଼ ଏନଏସି ଯାଦବ ମହାସଭାର ନୂତନ କମିଟି ଗଠନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ଥିଦୀପ ଆଦିତ୍ୟ): ଜୁନାଗଡ଼ ଏନଏସି ଯାଦବ ମହାସଭାର ଏକ ସାଧାରଣ ବୈଠକ ଅଭ୍ୟର୍ଥନା କମିଟି ଉପସଭାପତି ପ୍ରମୋଦ ହଂସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ବୈଠକରେ ଜିଲ୍ଲା ଉପ ସଭାପତି ଅରୂପାନନ୍ଦ ନାଗ, ଜିଲ୍ଲା ଯୁବ ଯାଦବ ଉପ ସଭାପତି ଡାକେଶ୍ୱର ଲହଜଲ, ଶିକ୍ଷାବିତ ସିମାଞ୍ଚଲ ନାଗ, ଜୁନାଗଡ଼ ବ୍ଲକ ସଭାପତି ପ୍ରେମାନନ୍ଦ ଘି, ଚନ୍ଦ୍ର ଶେଖର ବାଗ, ପୂର୍ଣ୍ଣଚନ୍ଦ୍ର ଭାଟି, ଲିଙ୍ଗରାଜ ଗହିର ପ୍ରମୁଖ ଯୋଗଦାନ କରିଥିଲେ। ଜୁନାଗଡ଼ ଏନ.ଏ.ସି ଯାଦବ ମହାସଭା କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିବାରୁ ଏହି ଅବସରରେ ନୂତନ କମିଟି ଗଠନ କରା ଯାଇଥିଲା। ଜୁନାଗଡ଼ ଏନ.ଏ.ସି ଯାଦବ ମହାସଭାର ସଭାପତି ଭାବେ ଡମ୍ବରୁଧର କଟା, ଉପ ସଭାପତି ପୁଣ୍ୟବ୍ରତ ନିଆଲ, ସମ୍ପାଦକ ନୀଳାଦ୍ରି ପୁଞ୍ଜି, ସହସମ୍ପାଦକ ରଂଜିତ କଟା, କୋଷାଧକ୍ଷ ସିମାଞ୍ଚଳ ନିଆଲଙ୍କୁ ମନୋନୀତ କରାଯାଇଥିଲା। ମହିଳା କମିଟି ଭାବେ ସଭାପତି ରଶ୍ମିତା ବେମାଲ, ସମ୍ପାଦକ ମନୋରମା କଟା, କୋଷାଧକ୍ଷ ମମି ବାଗଙ୍କୁ ଚୟନ କରା ଯାଇଥିଲା। କଳାହାଣ୍ଡି ଜିଲ୍ଲାର ଯେଉଁ ବ୍ଲକ ଓ ଏନ.ଏ.ସି ମାନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ଯାଇଛି ସେମାନେ ମଧ୍ୟ ଯଥାଶୀଘ୍ର ନୂତନ ଅଭ୍ୟର୍ଥନା କମିଟି ଗଠନ କରିବା ପାଇଁ ଜିଲ୍ଲା ଅଭ୍ୟର୍ଥନା କମିଟି ଉପ ସଭାପତି ପ୍ରମୋଦ ହଂସ ମତ ରଖିଥିବା ବେଳେ ଜୁନାଗଡ଼ ବ୍ଲକ ଯାଦବ ମହାସଭାର ସଭାପତି ପ୍ରେମାନନ୍ଦ ଘି ଏହି ମାସର ଶେଷ ସପ୍ତାହରେ ଜୁନାଗଡ଼ ବ୍ଲକ ନୂତନ କମିଟି ଗଠନ ହେବ ବୋଲି ମତ ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.