ସର୍ଗିଗୁଡା ଜୟଦୁର୍ଗା ସ୍ପୋର୍ଟିଂ କ୍ଲବରେ ଜିମ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ଗୃହରେ ଏକ ଜିମ ଉଦ୍ଗାଟିତ ହୋଇଯାଇଛି । ଆଜିକାଲି ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ବେଶ ସଚେତନ ହୋଇପଡିଥିବା ବେଳେ ଯୁବପିଢୀ ଏବେ ନିଜର ସୁନ୍ଦର ଓ ଆକର୍ଷଣୀୟ ସ୍ୱାସ୍ଥ୍ୟ ଗଠନ ପାଇଁ ଜିମ ରେ କସରତ କରିବା ଓ କ୍ରୀଡାକୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳୁଛି । ସରକାର ମଧ୍ୟ ଏଥିପ୍ରତି ବେଶ ଯତ୍ନବାନ ହୋଇ ବିଭିନ୍ନ ପାର୍କ ଗୁଡିକରେ, ରାସ୍ତା ପାର୍ଶ୍ବରେ ବ୍ୟାୟାମ କରିବା ପାଇଁ ବ୍ୟାୟାମ ଉପକରଣ ଗୁଡିକ ସ୍ଥାପନା କରୁଛନ୍ତି ଓ ବିଭିନ୍ନ ଅନୁଷ୍ଠାନକୁ ଯୋଗାଇ ଦେଉଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ସର୍ଗିଗୁଡା ଜୟ ଦୁର୍ଗା ସ୍ପୋର୍ଟିଂ କ୍ଲବ ଯୁବକ ମାନଙ୍କ ପାଇଁ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ ମଲଟିପ୍ରେସ ବେଞ୍ଚ, ଟ୍ୱିଷ୍ଟର, ଡ୍ରମବେଲ, ବାରଷ୍ଟାଣ୍ଡ, ସ୍କିପିଂ ରୋପ, ଜିମ ମେଟ, ଜିମ ବେଲ, କୁୟରି ବେଞ୍ଚ, ଲେଗ ପୁଲ ଡାଉନ ଭଳି ୧୫ ଗୋଟି ଉପକରଣ ଯୋଗାଇ ଦେଇଛନ୍ତି। ଜୟ ଦୁର୍ଗା ସ୍ପୋର୍ଟିଂ ଗୃହରେ ଏଗୁଡି ସ୍ଥାପନା କରିବା ପରେ ପ୍ରଜ୍ଞାମଣ୍ଡଳ ଜିଲ୍ଲା ପ୍ରଭାରୀ ତପନ କୁମାର ସାହୁ ହନୁମାନ ଫଟୋ ରେ ପୂଜାପାଠ କରି ନାରିକେଳ ଭାଙ୍ଗିଥିଲେ । ଇତ୍ୟବସରରେ କ୍ଲବର ସଭାପତି ନାରାୟଣ ମାଝୀ, ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ନାଏକ, ଭବାନୀଶଙ୍କର ବାଗ, ବୁଲୁ ମିଶ୍ର, ସଞ୍ଜୟ ନାଏକ, କିଶୋର କୁମାର ନାଏକ, ପ୍ରହ୍ଲାଦ ସେଠୀ, ମାନସ ସା, ପ୍ରେମାନନ୍ଦ ବେହେରା, ସରୋଜ ମିଶ୍ର, ପୌରୁଷ ଗଉଡ, ଠାକୁର ବେହେରା, ଦେବେନ୍ଦ୍ର ଗୌଡ, ଶ୍ରୀକାନ୍ତ ଗହୀର ପ୍ରମୁଖଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.