ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟ କନ୍ଧକେଲଗାଁ ଠାରେ ବ୍ଲକର ୨୬ ଟି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ୧୪ତମ ମାସିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସଇଁତଳା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଆୟୋଜକ ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ସ୍ବାଗତ ସମ୍ଭାଷଣ ସହିତ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ କମଳାକାନ୍ତ ଭୋଇ ବିଗତ ସଭାର ବିବରଣୀ ସହିତ ତାଉପରେ ନିଆଯାଇଥିବା ପଦକ୍ଷେପ ବାବଦରେ ସୂଚାଇଥିଲେ । ଉତ୍କର୍ଷ କେମିତି ଫଳପ୍ରଦ ହୋଇପାରିବ ସେ ଉପରେ ପ୍ରଧାନ ଶିକ୍ଷକ ଚାଣ୍ଡାଲ ମିଶ୍ର ଆଲୋକପାତ କରିଥିଲେ । ପଞ୍ଚସଖା ସେତୁ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରଧାନ ଶିକ୍ଷକ ନୀଳମଣି ମେହେର ଆଲୋକପାତ କରିଥିଲେ । ମୁକ୍ତ ବିଦ୍ୟାଳୟ ର ନାମଲେଖା, ସମଗ୍ର ଶିକ୍ଷା ଯୋଜନାରେ ଆର୍ଥିକ ଅନୁଦାନରେ ବିନିଯୋଗ ଉପରେ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସାହିତ୍ୟ ସୃଜନୀ ଉପରେ ପ୍ରଧାନ ଶିକ୍ଷକ ବରୁଣ ସାହୁ ଆଲୋକପାତ କରିଥିଲେ । କ୍ରୀଡାଙ୍ଗନା ଉପରେ ପ୍ରଧାନ ଶିକ୍ଷକ ମନୋଜ ବେହେରା ଆଲୋକପାତ କରିଥିଲେ । ଜନ୍ମ ପ୍ରମାଣପତ୍ର ଓ ଆଧାର କାର୍ଡ ପ୍ରଭେଦ ଥିଲେ ସଂଶୋଧନ କରାଇ ଆପାର ଆଇଡି ସୃଷ୍ଟି ପାଇଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ଆଲୋକପାତ କରିଥିଲେ । ଶେଷରେ ଆୟୋଜକ ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମଗୋପାଲ ଖମାରୀ ଶର୍ମା ଧନ୍ୟବାଦ ଦେଇଥିଲେ । ଏଥିରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗ ଦେଇଥିଲେ ।